Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଗାଁ ରାସ୍ତା ତିଆରି ପାଇଁ ଘର ବିକିଲେ

    Share on :
    Date: Jun 6, 2019    Views: 121

    ଆଜି କାଲିକା ଯୁଗରେ ଲୋକମାନଙ୍କ ସେବା କରିବା ପାଇଁ ଖୁବ୍ କମ୍ ଲୋକ ମିଳିଥାନ୍ତି । ସ୍ୱାର୍ଥ ନଥିଲେ କେହି ଲୋକମାନଙ୍କ ସେବା କରନ୍ତି ନାହିଁ । ସ୍ୱାର୍ଥ ଥିଲେ ସମସ୍ତ କିଛି ନା କିଛି କରିଥାନ୍ତି । ହେଲେ ଏମିତି ଜଣେ ଲୋକ ଅଛନ୍ତି ଯେ କେବଳ ବିନା ସ୍ୱାର୍ଥରେ ନିଜ ଗାଁର ଉନ୍ନତି କରିବା ପାଇଁ ନିଜ ଘର ବି ବିକିବାକୁ ପଛେଇ ନାହାନ୍ତି । ସେ ହେଲେ ଉତ୍ତରପ୍ରଦେଶର ଦ୍ରାଦ୍ରୀ ରହୁଥିବା ଜଣେ ମହିଳା ରାଜେଶ ଦେବୀ ନିଜ ଘରର ଅଦେ୍ର୍ଧକ ଜାଗା ବିକ୍ରି କରି ସେହି ଅର୍ଥରେ ଗାଁର ରାସ୍ତା ନିର୍ମାଣ କରିଛନ୍ତି । ଗାଁରେ ଥିବା ଖରାପ ରାସ୍ତା ଯୋଗୁ ଅନେକ ବର୍ଷ ହେବ ସେହି ଗ୍ରାମର ଗ୍ରାମବାସୀ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏହା ପରେ ସରକାରାଙ୍କୁ ଜଣାଇଥିଲେ । କିନ୍ତୁ ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନ ନେବାରୁ ଶେଷରେ ନିଜ ଉଦ୍ୟମରେ ସେ ନିର୍ମାଣ କରିଛନ୍ତି । ଏହି ୫୫ ବର୍ଷୀୟ ରାଜେଶ ଦେବୀ କିଛି ଦିନ ତଳେ ସେହି ରାସ୍ତା ଦେଇ ଆସିବା ବେଳେ ପଡିଯାଇ ଆସତ ହୋଇଥିଲେ । ପରେ ଚିକିତ୍ସା କରି ହସ୍ପିଟାଲୁ ଫେରି ସେ ରାସ୍ତା ନିର୍ମାଣ କରିବାକୁ ଭାବିଥିଲେ । ହେଲେ ତାଙ୍କୁ ସେହି ରାସ୍ତା ନିର୍ମାଣ କରିବାରେ ଅର୍ଥ ସାଜିଥିଲା ବାଧକ । ସେଥିପାଇଁ ସେ ରହୁଥିବା ଘରର ଅଧା ସ୍ଥାନ ବିକ୍ରି କରି ଅର୍ଥ ସଂଗ୍ରହ କରିଥିଲେ । ଘର ବିକ୍ରି କରି ଆଣିଥିବା ସମସ୍ତ ଅର୍ଥ ସେ ସ୍ଥାନୀୟ ଠିକାଦାରକୁ  ଦେଇଛନ୍ତି । ଖୁବଶୀଘ୍ର ସେହି ଗାଁରେ ରାସ୍ତା ନିର୍ମାଣ କରାଯିବ ।

    Maximum 500 characters

    ଅଜବ View all

    Find Us on Facebook