Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ପାଣି ପାଇପର ଛିଦ୍ର ଠାବକାରୀ ରୋବୋଟ୍

    Share on :
    Date: Jun 6, 2019    Views: 125

    ମାଟିତଳେ ଥିବା ପାଣି ପାଇପଗୁଡିକରେ ବେଳେବେଳେ ଫାଟ ବା ଛିଦ୍ର ସୃଷ୍ଟି ହୋଇ ପାଣି ବୋହିଯାଏ ଏବଂ ନଷ୍ଟ ମଧ୍ୟ ହୋଇଯାଏ । ସେହି ବାଟରେ ମଇଳା ପାଣି ପାଇପରେ ପ୍ରବେଶ କରେ ଏବଂ ତାହାକୁ ପିଇବା ଦ୍ୱାରା ସ୍ୱାସ୍ଥ୍ୟ ସମସ୍ୟା ଦେଖାଦିଏ । ଫାଟ ସ୍ଥାନକୁ ଠାବ କରିବା ମଧ୍ୟ ବିଭାଗୀୟ କର୍ତୃପକ୍ଷଙ୍କ ପାଇଁ ଏତେଟା ସହଜ ନୁହେଁ । ଏହି ଭଳି ସମସ୍ୟାର ସମାଧାନ ପାଇଁ ମାଡ୍ରାସ ଆଇଆଇଟିର କିଛି ଇଂଜିନିଅର ଏକ ନୂଆ ରୋବୋଟ ବିକଶିତ କରିଛନ୍ତି । ତାହା ‘ଏଣ୍ଡୋବୋଟ’ ଭାବେ ନାମିତ । ଏହା ବିଦୁ୍ୟତ୍ ଚାଳିତ, ଆକାରରେ ଛୋଟ ଉଚ୍ଚତା ମାତ୍ର ଛଅ ଇଂଚି । ଏହା ପାଣି ପାଇପ୍ ଭିତରେ ପଶି  ‘ଏଣ୍ଡୋବୋଟ’ ନିର୍ଦ୍ଧିଷ୍ଟ ଭାବେ ଛିଦ୍ର ସ୍ଥାନରେ ଭିଡିଓ ଉତୋଳନ କରି କଂପୁ୍ୟଟରକୁ  ପଠାଇପାରିବ । ପାଣି ପାଇପ୍ କାରିଗରମାନେ ସେହି ସ୍ଥାନକୁ ଖୋଳି ଛିଦ୍ରଯୁକ୍ତ ପାଇପ୍ ମରାମତି କରିପାରିବେ । ମାଡ୍ରାସ୍ ଆଇଆଇଟି ପରିସରରେ ଥିବା ପ୍ରାୟ ଚାଳିଶ ବର୍ଷର ପୁରୁଣା ପାଣି ପାଇପଗୁଡିକର ଛିଦ୍ର ସ୍ଥାନକୁ ଜାଣିବା ପାଇଁ ‘ଏଣ୍ଡୋବୋଟ’ ର ବ୍ୟବହାର ପରେ ସେଥିରେ ସଫଳତା ମଳିଥିବା ପ୍ରକାଶ । 

    Maximum 500 characters

    ଅଜବ View all

    Find Us on Facebook