Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

RURAL

ମୁଖ୍ୟ ଖବର

    ଟଙ୍କା ଲୁଟ୍ ଅଭିଯୋଗରେ କନଷ୍ଟେବଳ ଗିରଫ

    Share on :
    ajab-Image
    Date: Jun 6, 2019    Views: 365

    ସମ୍ବଲପୁର:ଜଣେ ଚାଉଳ ବ୍ୟବସାୟୀଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟ୍ କରିଥିବା ଅଭିଯୋଗରେ କନେଷ୍ଟବଳ ଗିରଫ। ସମ୍ବଲପୁର ଧନୁପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଏନେଇ ଚାଉଳ ବ୍ୟବସାୟୀ ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ସମ୍ପୃକ୍ତ କନଷ୍ଟେବଳ ଲୋକନାଥ ବେହେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ।

    ଲୋକନାଥ ସମ୍ବଲପୁର ରିଜର୍ଭ ପୁଲିସରେ କନଷ୍ଟେବଳ ଭାବେ ଚାକିରି କରୁଥିଲା। ଗତ ଶନିବାର ଛତିଶଗଡ଼ର ପ୍ରକାଶ ଅଗ୍ରୱାଲ ନାମକ ଜଣେ ଚାଉଳ ବ୍ୟବସାୟୀ ୧ ଲକ୍ଷରୁ ଅଧିକ ଟଙ୍କା ନେଇ ବ୍ୟାଙ୍କରେ ଜମା କରିବାକୁ ଯାଇଥିଲେ । କୌଣସି କାରଣରୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହ ତାଙ୍କର ବଚସା ହୋଇଥିଲା। ଏହାପରେ କନଷ୍ଟେବଳ ଜଣଙ୍କ ମିଥ୍ୟା ମାମଲା କରିବାକୁ ଧମକାଇ ଲକ୍ଷେ ଟଙ୍କା ନେଇଯାଇଥିଲା। 

    Maximum 500 characters

    Find Us on Facebook