Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

Kanhu ଚରଣ ପଟ୍ଟନାୟକଙ୍କ ବିରୋଧରେ ସ୍ବାଧୀକାର ପ୍ରସ୍ତାବ ଆଣିଲେ ନରସିଂହ

2020 ମାର୍ଚ୍ଚ ମଧ୍ୟରେ ସବୁ ଗାଁକୁ ପାଇପ ଯୋଗେ ପାନୀୟ ଜଳ

ସୁରୁଖୁରରେ ଚାଲିଛି ବିଧାନସଭା

banner

ସଂସ୍କୃତି

ମୁଖ୍ୟ ଖବର

    ସାବିତ୍ରୀ ବ୍ରତ ପାଳିଲେ ସଧବା

    Share on :
    ajab-Image
    Date: Jun 3, 2019    Views: 243

    ଭୁବନେଶ୍ବର: ଆଜି ସାବିତ୍ରୀ ଓଷା। ସ୍ୱାମୀମାନଙ୍କ ଦୀର୍ଘାୟୁ କାମନା କରି ସଧବା ମହିଳାମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସାବିତ୍ରୀରେ ନୂଆ ଶାଢୀ, ଚୂଡି ସହ ବିଭିନ୍ନ ପ୍ରକାରର ଫଳମୂଳର ପୂଜାର୍ଚ୍ଚନା କରିବାର ବିଧି ରହିଛି। ଆଜି ମହିଳାମାନେ ସକାଳୁ ସକାଳୁ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ନିଜ ସ୍ୱାମୀଙ୍କର ଶୁଭ ମାନାସୀଛନ୍ତି। ଏଥିପାଇଁ ମନ୍ଦିରରେ ପ୍ରବଳ ଭିଡ ଦେଖିବାକୁ ମିଳିଛି।   କିମ୍ବଦନ୍ତୀ ଅନୁସାରେ ଏହି ଦିନ ସାବିତ୍ରୀ ମୃତ୍ୟୁର ଦେବତା ଯମରାଜାଙ୍କ ସହ ଲଢି ସତ୍ୟବାନଙ୍କୁ ମୃତ୍ୟୁମୁଖରୁ  ବଞ୍ଚାଇଥିଲେ । ତେଣୁ ଏହି ଦିନ ସଧବା ସ୍ତ୍ରୀମାନେ ନିଷ୍ଠାର ସହ ବ୍ରତ ପାଳନ କରିଥାନ୍ତି। ଆଜିର ଏହି ଓଷା ପାଇଁ ଫଳର ସ୍ଥାନ ସର୍ବାଗ୍ରେ। ପୂଜା ପାଇଁ ଗତକାଲି କେଉଁଠାରେ ବାପା, ଭାଇ ଝିଅ ଘରକୁ ଭାର ପଠାଇବା ପାଇଁ ତ କେଉଁଠାରେ ସ୍ୱାମୀମାନେ ସ୍ତ୍ରୀଙ୍କ ପୂଜା ପାଇଁ ଫଳ କିଣୁଥିଲେ। ସାବିତ୍ରୀ ବଜାର ପାଇଁ ଆମ୍ବ, ଖଜୁରୀ, ତାଳ, ସପେଟା, ପଣସ, ସପୁରି, ଅଙ୍ଗୁର, ପିଜୁଳି, ଲିଚି ସବୁର ଦରଦାମ ଆକାଶ ଛୁଆଁ ହୋଇଛି। କେବଳ ଫଳ ନୁହେଁ ଲୁଗା ଦୋକାନ ମାନଙ୍କରେ ମଧ୍ୟ ନାହିଁ ନଥିବା ଭିଡ ଗତକାଲି ଦେଖିବାକୁ ମିଳିଥିଲା।  

    Maximum 500 characters

    ସଂସ୍କୃତି View all

    Find Us on Facebook