ମୁଖ୍ୟ ଖବର
କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ରାଜାମୁଣ୍ଡାଠାରେ ଏକ ବସ ଓଲଟି ପଡିବାରୁ ଏଥିରେ ଥିବା ସମସ୍ତ ୨୦ ଯାତ୍ରୀ ଗୁରୁତର ହୋଇଛନ୍ତି । ସେମାନଙ୍କୁ ଜୟପାଟଣା ମେଡିକାଲରେ ଭର୍ତି କରାଯାଇଛି । ଆଜି ସକାଳେ ଏକ ବସ ଶାସ୍ତୁଗୁଡାରୁ କେସିଙ୍ଗା ଅଭିମୁଖେ ଯାଉଥିଲା । ବସରେ ପ୍ରାୟ ୨୦ଜଣ ଯାତ୍ରୀ ଥିଲେ । ତେବେ ରାଜମୁଣ୍ଡାଠାରେ ଏହା ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡିଥିଲା । ଫଳରେ ଏଥିରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ସ୍ଥାନୀୟ ଜୟପାଟଣା ମେଡିକାଲରେ ଭର୍ତି କରାଯାଇଛି । ତେବେ ପୋଲିସ ଘଟଣାସ୍ଥଳରେ ପହଁଚି ବସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।
Comments ସମସ୍ତ ମତାମତ 0