ମୁଖ୍ୟ ଖବର
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ନୀଳଗିରି ଓଲଡଙ୍ଗା ଗ୍ରାମରେ ବିଦ୍ୟୁତ ତାର ଲାଗି ୧୦ ଗୋରୁ ମୃତ୍ୟୁବରଣ କରିଛନ୍ତି । ଚାଷ ଜମିରେ ତାରି ଛିଡି ପଡିବାରୁ ଏଭଳି ଅଘଟଣ ଘଟିଯାଇଛି । ଆଜି ସକାଳେ ନୀଳଗିରି ଅଂଚଳରେ ଥିବା ଓଲଡଙ୍ଗା ଗ୍ରାମର ଏକ ଚାଷ ଜମିରେ ବିଦ୍ୟୁତ ତାର ଛିଡପଡିଥିଲା । ଯେଉଁଥିରେ ୧୧ କେଭିର ବିଦ୍ୟୁତ ପ୍ରବାହିତ ହେଉଥିଲା । ସେହି ସମୟରେ ଗୋରୁମାନେ ଜମିରେ ବିଚରଣ କରୁଥିଲେ । ତେବେ ହଠାତ ସେମାନେ ୧୧କେଭି ତାର ସଂସ୍ପର୍ଶରେ ଆସିଥିଲେ । ଫଳରେ ସମସ୍ତ ଗୋରୁ ପ୍ରାଣ ହରାଇଥିଲେ ।
Comments ସମସ୍ତ ମତାମତ 0