ମୁଖ୍ୟ ଖବର
ବାଙ୍ଗିରିପୋଷି: ରବିବାର ଝାରପୋଖରିଆ ଥାନା ବାରିପଦା-ଝାରପୋଖରୀଆକୁ ସଂଯୋଗ କରୁଥିବା ୧୮ ନମ୍ବର ଜାତୀୟ ରାଜପଥର ଧାଙ୍ଗିଡ଼ିଶୋଳ ସତ୍ସଙ୍ଗ ବିହାର ନିକଟରେ ଟ୍ରାକ୍ଟର୍ ପଛରେ ଧକ୍କା ଦେଇ ଜଣେ ବାଇକ୍ ଆରୋହୀଙ୍କର ମୃତ୍ୟୁ ଘଟିଛି।
ମୃତ ବାଇକ୍ ଆରୋହୀ ହେଉଛନ୍ତି ଦିଘି ଗ୍ରାମର ୭୦ ବର୍ଷିୟ ସହଦେବ ପରିଡ଼ା। ସହଦେବ ସ୍ଥାନୀୟ ମାଂସ ଦୋକାନରୁ ମାଂସ କିଣି ବାଇକ୍ ଚଳାଇ ଘରକୁ ଫେରୁଥିଲେ। ସାମ୍ନାରୁ ଗୋଟାଏ ଗାଡ଼ି ଆସୁଥିବା ଦେଖି କୌଣସି କାରଣରୁ ସହଦେବ ନିଜ ବାଇକ୍ ଉପରୁ ନିୟନ୍ତ୍ରଣ ହରାଇବାରୁ ତାହା ପୂର୍ବରୁ ରାସ୍ତାର ଗୋଟେ ପଟକୁ ରଖାଯାଇଥିବା ଏକ ଟ୍ରାକ୍ଟର ପଛରେ ଧକ୍କା ଖାଇଥିଲା।
Comments ସମସ୍ତ ମତାମତ 0