Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ରାଜନୀତି ତଡ଼କା

ମୁଖ୍ୟ ଖବର

    କମ ଆସନ ପାଇଁ ଆମେ ନିଜେ ଦାୟୀ: ନିରଞ୍ଜନ

    Share on :
    ajab-Image
    Date: May 20, 2019    Views: 651

    ଭୁବନେଶ୍ବର: ଏକଜିଟ ପୋଲକୁ ବିଶ୍ୱାସଯୋଗ୍ୟ କହିହେବନାହିଁ ।   ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ହିଁ ଦାୟୀ ।  ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତେବେ  ଆମେ ଘଷିପୁରାରୁ ଜିତି ନପାରୁ କିନ୍ତୁ ଭଣ୍ଡାରୀପୋଖରୀରୁ ଜିତିବୁ ବୋଲି ଦୃଢୋକ୍ତି କରିଛନ୍ତି ନିରଞ୍ଜନ ପଟ୍ଟନାୟକ ।

    ଅନ୍ୟପଟେ, ଏକଜିଟ ପୋଲ ନେଇ ନେଇ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ଓ ସୁର ରାଉତରାୟ ମଧ୍ୟ ମତ ରଖିଛନ୍ତି ।

    ସୁର ରାଉତରାୟ କହିଛନ୍ତି, ଏକଜିଟ ପୋଲ ଯାହା କହେ ତାହା ସତ ନୁହେଁ , କିନ୍ତୁ ତାହା ପୂରା ମିଛ ମଧ୍ୟ ନୁହେଁ । ୨୩ରେ ଜଣାପଡିଯିବ କି ବାସ୍ତବରେ କିଏ ସରକାର ଗଢିବ ଆଉ କିଏ ନୁହେଁ । ତେବେ କଂଗ୍ରେସରେ ଓଡିଶାରେ କ୍ଷତି ହୋଇଛି । ସେଥିପାଇଁ କର୍ମୀମାନେ ଦାୟୀ । ନିରଂଜନ ପଟ୍ଟନାୟକ ଠିକ୍ ଚଲେଇଥିଲେ । କିନ୍ତୁ କିଛି ଲୋକ ଯେଉଁମାନେ କି ଟିକେଟ ଫେରାଇଦେଲେ ସେମାନେ ଦଳଟାକୁ ବଦନାମ କରିଦେଲେ । ଆଉ ଏହି କାରଣରୁ ହିଁ ଓଡିଶାରେ ଦଳକୁ ବହୁ କ୍ଷତି ସହିବାକୁ ପଡିଛି ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ ।

    ସେପଟେ କେନ୍ଦ୍ରରେ ଏନଡିଏର ସଂଖ୍ୟା କମିବ ଆଉ ରାଜ୍ୟରେ ଜୋରଦାର ପ୍ରତିଯୋଗିତା ହେବ ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook