Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅନୁପ୍ରବେଶ ଅପେକ୍ଷାରେ ୪୫ ଆତଙ୍କବାଦୀ

    Share on :
    Date: May 9, 2019    Views: 79


    ଶ୍ରୀନଗର: ଜାମ୍ମୁ-କାଶ୍ମୀର ନିୟନ୍ତ୍ରଣ ରେଖା(ଏଲଓସି) ଆରପଟେ ପାକିସ୍ତାନ କେତେକ ଆତଙ୍କବାଦୀ ଲଞ୍ଚ ପ୍ୟାଡକୁ କାର୍ଯ୍ୟକ୍ଷମ କରାଇଛି । ଏସବୁ ଲଞ୍ଚ ପ୍ୟାଡରେ ପାଖାପାଖି ୪୫ ଜଣ ଜୈଶ-ଏ -ମହମ୍ମଦ ଆତଙ୍କବାଦୀ ରହିଛନ୍ତି । ସେମାନେ ଭାରତରେ ଅନୁପ୍ରବେଶ ଅପେକ୍ଷାରେ ରହିଛନ୍ତି ବୋଲି ଗୁଇନ୍ଦା ସୂଚନା ମିଳିଛି । 

    ରମଜାନ ଅବସରରେ ଜାମ୍ମୁ-କାଶ୍ମୀରରେ ଜୈଶ ମୁଖ୍ୟ ମାସୁଦ ଆଝାର ଆତଙ୍କବାଦୀ ଆକ୍ରମଣ ଯୋଜନା କରିଥିବା ଗୁଇନ୍ଦା ସୂଚନା ଦିଆଯାଇଛି । ତେବେ ଏଭଳି ସ୍ଥିତିରେ ପିଡିପି ନେତ୍ରୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ସେନାର ହାତ ବାନ୍ଧି ଦେବାକୁ ଉଦ୍ୟମ କରିଛନ୍ତି । ରମଜାନ ସମୟରେ ସେନାକୁ ସଂଯତ ରଖିବାକୁ ସେ କେନ୍ଦ୍ରକୁ ଅନୁରୋଧ କରିଛନ୍ତି । ଏହି ସମୟରେ ଯବାନମାନେ ସର୍ଚ୍ଚ ଅପରେଶନ ଏବଂ କାର୍ଯ୍ୟାନୁଷ୍ଠାନ ନନେବା ନିମନ୍ତେ ସେନାକୁ ପରାମର୍ଶ ଦେବାକୁ ମୁଫତି କେନ୍ଦ୍ରକୁ କହିଛନ୍ତି । 

    ପ୍ରକାଶ ଯେ, ବାଲାକୋଟରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ପାକିସ୍ତାନ ନିୟନ୍ତ୍ରଣ ରେଖା ଆରପଟେ ଥିବା ଆତଙ୍କବାଦୀ ଲଞ୍ଚ ପ୍ୟାଡ ହଟାଇ ଦେଇଥିଲା । ଏବେ ଗ୍ରୀଷ୍ଣ ଋତୁ ଚାଲିଥିବାରୁ ଭାରତୀୟ ସୀମାରେ ଆତଙ୍କବାଦୀ ଅନୁପ୍ରବେଶ କରିବା ସହଜ ହେବ । ତେଣୁ ଏହି ସମୟରେ ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବାକୁ ଉଦ୍ୟମ ଚଳାଇଥିବା ଗୁଇନ୍ଦା ସୂଚନା ମିଳିଛି । 

    Read more

    ଧରାପଡ଼ିଲେ ୨ ସନ୍ଦିଗ୍ଧ ଆତଙ୍କବାଦୀ

    ଉତ୍ତରପ୍ରଦେଶ: ଧରାପଡ଼ିଲେ ୨ ସନ୍ଦିଗ୍ଧ ଆତଙ୍କବାଦୀ ।  ଉତ୍ତରପ୍ରଦେଶ ପୁଲିସ ହାତରେ ଏହି ଆତଙ୍କବାଦୀ ଧରାପଡ଼ିଛନ୍ତି ।  ଗତକାଲି ରାତିରେ ଶାହାନପୁରରୁ ଉତ୍ତରପ୍ରଦେଶ ପୁଲିସର ଏଟିଏସ ଏମାନଙ୍କୁ ଧରିଛି । ଉଭୟ ସନ୍ଦିଗ୍ଧ ଆତଙ୍କବାଦୀ ଜୈଶ ଇ ଅହମ୍ମଦ ପାଇଁ କାମ ...

    Read more

    ଅପେକ୍ଷାରେ ୩୦୦ ଆତଙ୍କବାଦୀ

    ନୂଆଦିଲ୍ଲୀ: ବାରମ୍ବାର ଆତଙ୍କବାଦୀ ଆକ୍ରମଣର ଶିକାର ହେଉଥିବା ଭାରତ ପାଇଁ ଆଗକୁ ଆଉ ଏକ ବିପଦ ଦେଖାଦେଇଛି । ଭାରତରେ ପ୍ରବେଶ କରିବା ପାଇଁ ଆତଙ୍କବାଦୀମାନେ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଆତଙ୍କବାଦୀଙ୍କ ସଂଖ୍ୟା ଜଣେ କି ଦୁଇ ଜଣ ନୁହେଁ । ପାଖାପାଖି ୩୦୦ ଜଣ ...

    Read more

    ୬ ଆତଙ୍କବାଦୀ ନିହତ

    ଶ୍ରୀନଗର: ଜାମ୍ମୁ-କାଶ୍ମୀରରେ ଶୁକ୍ରବାର ସକାଳୁ ସୁରକ୍ଷା କର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର ରାଜଧାନୀ ଶ୍ରୀନଗର ଠାରୁ ୫୦ କିମି ଦୂର ଅନନ୍ତନାଗ ଜିଲ୍ଲା ସେକିପୋରା ଠାରେ କିଛି ଆତଙ୍କବାଦୀ ଲୁଚି ଥିବା ଖବର ପାଇ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook