Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

News Banner

ମୁଖ୍ୟ ଖବର

    ମୋ ପାଇଁ ଅପୂରଣୀୟ କ୍ଷତି: ନବୀନ

    Share on :
    Date: Apr 20, 2019    Views: 441

    ଭୁବନେଶ୍ୱର: ବେଦପ୍ରକାଶ ଅଗ୍ରୱାଲଙ୍କ ପରି ଜଣେ ବ୍ୟକ୍ତିଙ୍କୁ ହରାଇବା ମୋ ପାଇଁ ଓ  ବିଜେଡି ପାଇଁ ଅପୂରଣୀୟ କ୍ଷତି । ବେଦପ୍ରକାଶ ଅଗ୍ରୱାଲଙ୍କ ପରଲୋକରେ ଶୋକବ୍ୟକ୍ତ କରି ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ବରିଷ୍ଠ ରାଜନେତା ବେଦପ୍ରକାଶ ଅଗ୍ରୱାଲଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ସେ ଥିଲେ ବିଜୁ ବାବୁଙ୍କ ଘନିଷ୍ଠ ଓ ଦୀର୍ଘ ଦିନ ଧରି ଲୋକଙ୍କ ସେବା କରିଛନ୍ତି । ତାଙ୍କ ପରି ଜଣେ ମାର୍ଗଦର୍ଶକଙ୍କୁ ହରାଇବା ବ୍ୟକ୍ତିଗତଭାବେ ମୋ ପାଇଁ ଓ ଦଳ ପାଇଁ ଏକ ଅପୂରଣୀୟ କ୍ଷତି ।

    ପ୍ରକାଶ ଯେ, ଶନିବାର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କ ପରାଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତୁ୍ୟ ଘଟିଛି ।  ଦୀର୍ଘ ଦିନ ହେଲା ସେ ଅସୁସ୍ଥ ଥିଲେ ।  ପାଟକୁରାରୁ ୨୦୦୯ ଓ ୨୦୧୪ରେ ସେ ବିଧାୟକ ଥିଲେ । କେନ୍ଦ୍ରାପଡ଼ାରୁ ୪ଥର ବିଧାୟକ ଭାବେ ସେ ନିର୍ବାଚିତ ହୋଇଥିଲେ । ଅର୍ଥମନ୍ତ୍ରୀଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଥିଲେ ।

    Read more

    ମୁଖ୍ୟମନ୍ତ୍ରୀଙ୍କ ରଜ ଶୁଭେଚ୍ଛା

    ଭୁବନେଶ୍ୱର:  ରାଜ୍ୟବାସୀଙ୍କୁ ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ । ପହିଲି ରଜ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଗଣପର୍ବ ରଜର ପବିତ୍ର ଅବସରରେ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭକାମନା ଜଣାଇଛନ୍ତି । ଟ୍ୱିଟ କରି ସେ ଲଖିଛନ୍ତି ଓଡ଼ିଶାର ...

    Read more

    ପରୀକ୍ଷାର୍ଥୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

    କଟକ : ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳତି ଚଳିତ ବର୍ଷର ମାଟ୍ରିକ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱୁଟ୍‍ କରି ପରୀକ୍ଷାର୍ଥୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଦଶମ ବୋର୍ଡ଼ ପରୀକ୍ଷାର କୃତି ଛାତ୍ରଛାତ୍ରୀଙ୍କୁ ...

    Read more

    ଆଉ ରହିନପାରେ ସମଦୂରତ୍ୱ

    ଭୁବନେଶ୍ୱର: ଇତିହାସ ପାଲଟିପାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମଦୂରତ୍ୱ ମନ୍ତବ୍ୟ । ସର୍ବଦା ସମଦୂରତ୍ୱ କହୁଥିବା ନବୀନଙ୍କ ମୁହଁରେ ଏବେ ଭିନ୍ନ କଥା ।  ‘ଇଣ୍ଡିଆ ଟୁଡେ’କୁ ସାକ୍ଷାତକାର ଦେବାବେଳେ ବଦଳିଲା ନବୀନଙ୍କ ସ୍ୱର । ପୂର୍ବରୁ ସବୁବେଳେ ...

    Maximum 500 characters

    News Banner View all

    Find Us on Facebook