Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ସଂସ୍କୃତି

ମୁଖ୍ୟ ଖବର

    ଜଲିଉଡରୁ ରାଜନୀତି

    Share on :
    Date: Mar 27, 2019    Views: 515

    ଭୁବନେଶ୍ୱର : ବଲିଉଡ ଓ ଓଲିଉଡରୁ ବହୁ ଅଭିନେତା ଅଭିନେତ୍ରୀ ଦେଶ ତଥା ରାଜ୍ୟ ରାଜନୀତିରେ ପ୍ରବେଶ କରିଥିବା ବେଳେ ଏବେ ଜଲିଉଡ ଅର୍ଥାତ ଯାତ୍ରା ଦୁନିଆର ଅଭିନେତା ଅଭିନେତ୍ରୀ ରାଜନୀତିରେ ନୂଆକରି ପାଦ ଥାପିଛନ୍ତି । ଏହି ଅଭିନେତା ଅଭିନେତ୍ରୀଙ୍କ ମଧ୍ୟରେ ଅଛନ୍ତି ଯାତ୍ରା ଦୁନିଆର ଲୋକପି୍ରୟ କଳାକାର ଦମ୍ପତି ଟୁକୁନା ଓ ଲିପି । ସେମାନେ ନବୀନ ନିବାସରେ ପହଁଚି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି । ଏ ନେଇ ଟୁକୁନା କହିଛନ୍ତି ପୂର୍ବରୁ ଦଳର ସମର୍ଥକ ଥିଲୁ । ଏବେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛୁ । ଯାଜପୁର ମାଟିର ସନ୍ତାନ ଭାବେ କିଛି କରିବାର ଲକ୍ଷ୍ୟ ରଖିଛୁ । ସୁଯୋଗ ମିଳିଲେ ତାହା ନିଶ୍ଚିତ ସଂପାଦିତ କରିବୁ ।
    ଯାଜପୁର ମାଟିର ସନ୍ତାନ ଟୁକୁନାଙ୍କ ପୂରା ନାଁ ଅନନ୍ତ ବରାଳ ହୋଇଥିବା ବେଳେ ଅଭିନେତ୍ରୀ ପତ୍ନୀ ଲିପିଙ୍କ ନାଁ ନିବେଦିତା ବରାଳ । ଏହି ଦମ୍ପତି ପ୍ରାୟ ୨୫ବର୍ଷରୁ ଅଧିକ ସମୟ ଯାତ୍ରାରେ ଅଭିନୟ କରିଛନ୍ତି । ୧୫ଟି ପ୍ରତିଷ୍ଠିତ ଯାତ୍ରା ପାର୍ଟିରେ ସେମାନେ ଅଭିନୟ କରିଛନ୍ତି । 

    Maximum 500 characters

    ସଂସ୍କୃତି View all

    Find Us on Facebook