Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ବୃଦ୍ଧ ଦମ୍ପତିଙ୍କୁ ହତ୍ୟା

    Share on :
    Date: Mar 9, 2019    Views: 97

    ଜୟପୁର: କୋରାପୁଟ ଜିଲ୍ଲା ଜୟପୁରରେ ଏକ ବନ୍ଦ ଘରୁ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ ଓ ତାଙ୍କ ପତ୍ନୀଙ୍କ ମୃତଦେହକୁ ପୁଲିସ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି । 
    ପ୍ରକାଶ ଯେ, ପତ୍ନୀ, ଜଣେ ପୁଅ ଓ ବୋହୂ ସହ ଅବସରପ୍ରାପ୍ତ ପୁଲିସ ଅଧିକାରୀ ସେଖ ରେହମାନ ଜୟପୁରର ଜୟନାଗ ଛକ ନିକଟରେ ରହୁଥିଲେ । ପୁଅ ବୋହୂ ଘରେ ନଥିବାବେଳେ ସେଖ ରେହମାନ ଓ ତାଙ୍କ ପତ୍ନୀ ଘରେ ଥିଲେ । ଶନିବାର ସକାଳେ ପୁଅ ଘରେ ପହଞ୍ଚି ଦେଖିଲାବେଳକୁ ଘରର କବାଟ ଭିତର ପଟୁ ବନ୍ଦ ଥିଲା । ପରେ ସେ ପୁଲିସକୁ ଖବର ଦେଇଥିଲେ । ପୁଲିସ କବାଟ ଖୋଲି ଘର ଭିତରୁ ଦମ୍ପତିଙ୍କ ମୃତଦେହକୁ ଜବତ କରିଥିଲା । ତେବେ କେହି ଦୁର୍ବୃତ୍ତ ଘରେ କଳାକନା ବୁଲାଇବା ପରେ ବାପା ଓ ମାଙ୍କୁ ହତ୍ୟା କରିଥିବା ତାଙ୍କ ପୁଅ ଅଭିଯୋଗ କରିଛନ୍ତି । 

    Read more

    ଦମ୍ପତିଙ୍କୁ ହାଣି ପକାଇଲେ

    କରଞ୍ଜିଆ: ଘରେ ଶୋଇ ଥିବାବେଳେ ବୃଦ୍ଧ ଦମ୍ପତିଙ୍କୁ ଦୁର୍ବୃତ୍ତମାନେ ହାଣିପକାଇଲେ । ଏହି ଆକ୍ରମଣରେ ବୃଦ୍ଧଙ୍କ ମୃତୁ୍ୟ ହୋଇଥିବାବେଳେ ବୃଦ୍ଧା ଜଣକ ଚିକିତ୍ସିତ ହେଉଛନ୍ତି ।  ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଜରକ ଗ୍ରାମରେ ଏହି ଘଟଣା ଘଟିଛି ...

    Read more

    ସ୍ତ୍ରୀକୁ ଟାଙ୍ଗିଆ ଚୋଟ

    ନୂଆପଡ଼ା: ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତୁ୍ୟ ହେବା ଭଳି ଏକ ଅଭାବନୀ ଘଟଣା ଖଡ଼ିଆଳ ଥାନା ସୁନାରୀସିକୁଆଁ ଗ୍ରାମରେ ଘଟିଛି । ସ୍ତ୍ରୀକୁ ହତ୍ୟା କରିବା ପରେ ଅଭିଯୁକ୍ତ ସ୍ୱାମୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାଯାଇଛି ।  ତେବେ ହତ୍ୟାର କାରଣ ଅସ୍ପଷ୍ଟ ...

    Read more

    ଭାଉଜକୁ ହାଣିଲା ଦିଅର

    କୁଚିଣ୍ଡା: ଭାଉଜକୁ ହାଣି ନିର୍ମମଭାବେ ହତ୍ୟା କରିଛି ଦିଅର । ଟାଙ୍ଗିଆରେ ଭାଉଜଙ୍କୁ ହାଣି ହତ୍ୟା କଲା ନୃଶଂସ ଦିଅର ।  ଗୁଣ୍ଡୁରୁଚୁଆଁ କିଷାନପଡ଼ା ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି । ତେବେ ...

    Maximum 500 characters

    ଆଂଚଳିକ View all

    Find Us on Facebook