ମୁଖ୍ୟ ଖବର
ଭୁବନେଶ୍ୱର : ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ ‘ଘରେଘରେ ଶଙ୍ଖ, ମତାମତ ଦିଅନ୍ତି ଆପଣ, ପାଳନ କରନ୍ତି ନବୀନ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମ ଜରିଆରେ ବିଜୁ ମହିଳା ଜନତା ଦଳର କର୍ମୀ ଓ ଦଳର କାର୍ଯ୍ୟକର୍ତା ୮୬ ଲକ୍ଷ ପରିବାରଙ୍କ ପାଖକୁ ଯାଇ ଲୋକେ ସରକାରଙ୍କଠୁ କ’ଣ ଆଶା ରଖନ୍ତି ତାହାର ତାଲିକା ପ୍ରସ୍ତୁତ କରିବେ । ଲୋକଙ୍କ ଠାରୁ ସଂଗ୍ରହ ହୋଇଥିବା ମତାମତ ଆଧାରରେ ବିଜେଡ଼ି ଆଗାମୀ ନିର୍ବାଚନ ପାଇଁ ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିବ । ଏହି ଅଭିଯାନ ମାର୍ଚ୍ଚ ୫ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଚାଲିବ ବୋଲି ସ୍ଥିର କରାଯାଇଛି ।
Comments ସମସ୍ତ ମତାମତ 0