Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ବନ୍ଦ ଡାକରାରୁ ଓହରିବ ନାହିଁ ସଂଗଠନ: ଅକ୍ଷୟ କୁମାର

    Share on :
    ajab-Image
    Date: Feb 20, 2019    Views: 506

    ଭୁବନେଶ୍ୱର: ଗଣତନ୍ତ୍ର ବଞ୍ଚାଅ ଓ ଚାଷୀ ବଞ୍ଚାଅ ଆହ୍ୱାନରେ ନବନିର୍ମାଣ କୃଷକ ସଂଗଠନ ପକ୍ଷରୁ ଆସନ୍ତା ୨୧ ତାରିଖ ଦିନ  ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରାରୁ ନବ ନିବର୍ବାଣ କୃଷକ ସଂଗଠନ ଓହରିବ ନାହିଁ । ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । 

    ସେ କହିଛନ୍ତି ଯେ, ସରକାରଙ୍କ ଧମକ ସତ୍ୱେ ସଂଗଠନ ବନ୍ଦ ପାଳନରୁ ଓହରିବ ନାହିଁ ।  ବନ୍ଦ ପାଳନରୁ ଅତ୍ୟାବଶ୍ୟକୀୟ ବ୍ୟବସ୍ଥାକୁ ବାଦ ଦିଆଯିବ । ବନ୍ଦ ଯୋଗୁଁ ମାଟ୍ରିକ ପରୀକ୍ଷା ପରିଚାଳନାରେ ସେଭଳି କିଛି ଅସୁବିଧା ହେବନି ।  ପଶ୍ନପତ୍ର ୨୨ ତାରିଖ ସକାଳୁ ପହଞ୍ଚିବ ବୋଲି ସଚିବ କହିଥିବା ଅକ୍ଷୟ କୁମାର କହିଛନ୍ତି । ଏହାଛଡ଼ା ଆନେ୍ଦାଳନ ଯୋଗୁଁ ପରୀକ୍ଷାର୍ଥୀ ଯେଭଳି ହଇରାଣ ନହୁଅନ୍ତି ସେନେଇ କର୍ମୀଙ୍କୁ କୁହାଯାଇଛି ।

    ପ୍ରକାଶ ଯେ, ମନ୍ତ୍ରୀ ଶଶୀଭୂଷଣ ବେହେରା କହିଥିଲେ ଯେ,  ନବ ନିର୍ମାଣ କୃଷକ ସଂଗଠନ ବନ୍ଦ ଡାକରା ଦେବା ଉଚିତ ନୁହେଁ ।  ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ସରକାର ଚେଷ୍ଟା କରୁଛନ୍ତି । ସାରା ରାଜ୍ୟରେ ପିଲାଙ୍କ ପରୀକ୍ଷା ଆରମ୍ଭ ଦୃଷ୍ଟିରୁ ବନ୍ଦ ଡାକରା ଦିଆଯିବା ଅନୁଚିତ ବୋଲି କହିଥିଲେ ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook