Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
BREAKING NEWS

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି

ଲୋକସଭାରେ ଉଠିଲା ଟୋକନ ସମସ୍ୟା

ରାସ୍ତା ନେଇଛି ୧୮ ହଜାର ମୁଣ୍ଡ

ପିଜି ଛାତ୍ରୀଙ୍କୁ ଏଚଓଡିଙ୍କ ଅସଦାଚରଣ

ଭୁବନେଶ୍ୱରରେ ହେବ ଆଦର୍ଶ ବିଦ୍ୟାଳୟ

ମଧ୍ୟବର୍ତ୍ତିକାଳୀନ ଡ଼ିଜି ଭାବେ ଦାୟିତ୍ବ ନେଲେ ସତ୍ୟଜିତ ମହାନ୍ତି

ଡିଜିପିଙ୍କୁ କିକ ପୁରୁଣା ଅଭ୍ୟାସ: ତାରା

ଜେଲ୍ ଓ୍ୱାର୍ଡର ନିଲମ୍ୱିତ

ରାଜଧାନୀରେ ତାତିଲେ ଚାଷୀ

ମାଈ ହାତୀର ମୃତଦେହ ଠାବ

ଭାଇ ସହ ମିଶି ସ୍ୱାମୀକୁ ହାଣିଦେଲା

ଧାନ କିଣା ପ୍ରସଙ୍ଗରେ ବିଜେପି ଆଉ କଂଗ୍ରେସର ହଟ୍ଟଗୋଳ | ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

banner

ଅର୍ଥନୀତି

ମୁଖ୍ୟ ଖବର

    ନିର୍ବାଚନୀ ଅଭିମୁଖୀ ବଜେଟ : ଦିଲ୍ଲୀପ ଶତପଥୀ

    Share on :
    ajab-Image
    Date: Feb 7, 2019    Views: 275

    ଭୁବନେଶ୍ୱର : ନବୀନ ସରକାରଙ୍କ ବଜେଟ ହେଉଛି ନିର୍ବାଚନୀ ଅଭିମୁଖୀ ବଜେଟ  । ବଜେଟରେ କୌଣସି ନୂତନ ଯୋଜନା ନାହିଁ  । କେବଳ ଫ୍ଲାଗସିପ କାର୍ଯ୍ୟକ୍ରମ ପାଇଁ ବଜେଟରେ ପ୍ରାବଧାନ କରାଯାଇଛି ବୋଲି ବରିଷ୍ଠ ସାମ୍ବାଦିକ ତଥା ଅର୍ଥନୀତିଜ୍ଞ ଦିଲ୍ଲୀପ ଶତପଥୀ ପ୍ରକାଶ କରିଛନ୍ତି  । 

    ଶ୍ରୀ ଶତପଥୀ କହିଛନ୍ତିଯେ, ବଜେଟରେ ଗ୍ରାମୀଣ କ୍ଷେତ୍ର, ସାମାଜିକ ସୁରକ୍ଷା, ଏସସିଏସଟି ବର୍ଗର ବିକାଶ ଉପରେ ଧ୍ୟାନ ଦିଆଯାଇଛି  । ବଜେଟର ଆର୍ଥôକ ଦିଗ ସମ୍ପର୍କରେ ସେ କହିଲେଯେ, ୨୦୧୮-୧୯ ଆର୍ଥିକବର୍ଷରେ ବିତୀୟ ନିଅଂଟ ଜିଏସଡ଼ିପିର ୩.୫% ହେବବୋଲି ଆକଳନ କରାଯାଇଥିଲା  । କିନ୍ତୁ ବର୍ଷ ଶେଷବେଳକୁ ତାହା ୨.୯% ସୀମିତ ରଖାଯାଇଛି  । ଏହାର କାରଣ ହେଉଛି ବଜେଟରେ ବ୍ୟୟବରାଦ ହୋଇଥିବା ୧୦୦୦୦ କୋଟି ଟଙ୍କା ସରକାର ଖର୍ଚ୍ଚ କରିପାରିଲେନି  । ଫଳରେ ତାହା ବଳକା ହୋଇଗଲା  । ବଜେଟ ଆକାର ଅଧିକ ହେଲେ ମଧ୍ୟ ରାଜ୍ୟ ସରକାର ଖର୍ଚ୍ଚ କରିବାରେ ବିଫଳ ହୋଇଛନ୍ତି  । ଫଳରେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୯୧ ହଜାର କୋଟି ଋଣ ହେବବୋଲି ସରକାର ଆକଳନ କରିଥିବାବେଳେ ତାହା ୮୧ ହଜାର କୋଟି ଟଙ୍କା ସୀମିତ ରହିବ  । ଆଗାମୀ ବର୍ଷ ପାଇଁ ବିତୀୟ ନିଅଂଟ ୩% ହେବବୋଲି ସରକାର ଆକଳନ କରିଛନ୍ତି  । ଚଳିତ ଆର୍ଥିକ ବର୍ଷରେ ୧୯ ହଜାର କୋଟି ଟଙ୍କା ଋଣ ହେବବୋଲି ସରକାର ଲକ୍ଷ୍ୟ ରଖିଥିବାବେଳେ ୧୦ ହଜାର କୋଟି ଟଙ୍କା ଋଣ କରିଛନ୍ତି  । ଏହି ପରିପ୍ରେକ୍ଷୀରେ ଆଗାମୀ ଆର୍ଥିକ ବର୍ଷ ପାଇଁ ଆଉ ୨୦ ହଜାର ୮୦୦ କୋଟି ଟଙ୍କା ଋଣ ହେବବୋଲି ସରକାର ଲକ୍ଷ୍ୟ ରଖିଥିବାବେଳେ ଆର୍ଥିକ ବର୍ଷ ଶେଷରେ ହିଁ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ସେ କହିଛନ୍ତି  । 

    Maximum 500 characters

    ଅର୍ଥନୀତି View all

    Find Us on Facebook