Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କୃଷି ଓଡିଶା ଲୋଗୋ ‘କନ୍ଦମୂଳ’

    Share on :
    ajab-Image
    Date: Jan 12, 2019    Views: 183

    ଭୁବନେଶ୍ୱର : କୃଷି ଓଡ଼ିଶା-୨୦୧୯ର ଲୋଗୋ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ତେବେ ଏହି ଲୋଗୋରେ ‘କନ୍ଦମୂଳ’କୁ ସ୍ଥାନୀତ କରାଯାଇଛି  । ଆସନ୍ତା ୧୫ରୁ ବରମୁଣ୍ଡା ଖେଳ ପଡ଼ିଆରେ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ଅନୁଷ୍ଠିତ ହେବ  । କନ୍ଦମୂଳ ଉପôାଦନରେ ଓଡ଼ିଶା ଦେଶରେ ପ୍ରଥମ ସ୍ଥାନରେ ରହିଛି  । ରାଜ୍ୟରେ ସମୁଦାୟ ୪୦ ହଜାର ୪୦୯ ହେକ୍ଟର ଜମିରେ କନ୍ଦମୂଳ ଚାଷ ହେଉଛି  । ଏହାର ଉପôାଦନ ବାର୍ଷିକ ୩.୯୨ ମେଟ୍ରିକ ଟନ  । ଭିଟାମିନ-ଏରେ ପରିପୂର୍ଣ୍ଣ ଏହି ଫସଲର ୨ କିସମ କଞ୍ଜନଗଡ଼ ଓ ବିଧାନଜ୍ୟୋତି ଦେଶରେ ସ୍ୱତନ୍ତ୍ର ଆଦୃତି ଲାଭ କରିଛି  । ଏ ଫସଲ ଚାଷର ଉପôାଦକତା ବୃଦ୍ଧି ପାଇଁ ଗେନ୍ସ ନାମକ ଏକ ପ୍ରକଳ୍ପ ୨୦୧୬-୧୭ରୁ ରାଜ୍ୟରେ ଅନ୍ତର୍ଜାତୀୟ ଆଳୁ କେନ୍ଦ୍ର ଆନୁକୂଲ୍ୟରେ ଗଞ୍ଜାମ, ଢେଙ୍କାନାଳ, କୋରାପୁଟ ଓ ସୁନ୍ଦରଗଡ଼ ଜିଲ୍ଲାରେ କାର୍ଯ୍ୟ କରୁଛି  ।

    କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଓ ଶିଳ୍ପ ମହାସଂଘ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି  । ମୁଖ୍ୟମନ୍ତ୍ରୀ ଏହାକୁ ଉଦଘାଟନ କରିବେ  । ଏହି ୫ ଦିନିଆ ମହୋତ୍ସବ ପାଇଁ ୧୮୦ଟି ପ୍ରଦର୍ଶନୀ ମଣ୍ଡପ ନିର୍ମାଣ କରାଯାଇଛି  । ସକାଳ ୧୦ଟାରୁ ୫ଟା ପର୍ଯ୍ୟନ୍ତ ଆଲୋଚନା ଚକ୍ର ଓ କର୍ମଶାଳା ହେବ  । ଦିନ ୨ଟାରୁ ରାତି ୯ ଯାଏଁ ପ୍ରଦର୍ଶନୀ ମଣ୍ଡପ ସାଧାରଣ ଲୋକଙ୍କ ପାଇଁ ଖୋଲା ରହିବ  । କୃଷି ଓ ଆନୁଷଙ୍ଗୀକ କ୍ଷେତ୍ରରେ ଉକôର୍ଷ ଲାଭ କରିଥିବା ୧୨୦ କୃତୀ ଚାଷୀ ଓ ମହିଳା ଚାଷୀଙ୍କୁ ସମ୍ମାନୀତ କରାଯିବ  ।

    Maximum 500 characters

    ତାଜା ଖବର View all

    Find Us on Facebook