Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ବଲାଙ୍ଗୀରରେ ୧୫୫୦ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ମୋଦି

    Share on :
    Date: Jan 12, 2019    Views: 75

    ଭୁବନେଶ୍ୱର : ବଲାଙ୍ଗୀରରେ ୧୫୫୦ କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ଖୋର୍ଦ୍ଧା-ବଲାଙ୍ଗୀର ରେଳ ଲାଇନରେ ବଲାଙ୍ଗୀର ପଟୁ ବିଛୁପାଲି ପର୍ଯ୍ୟନ୍ତ ମୋଦି ନୂଆ ଟ୍ରେନ ଚଳାଚଳର ଶୁଭାରମ୍ଭ କରିବେ  । ସେହିପରି ଝାରସୁଗୁଡ଼ା-ବିଜୟନଗରମ୍ ରେଳ ଲାଇନ୍ ସହ ସମ୍ବଲପୁର-ଅନୁଗୁଳ ରେଳ ଲାଇନର ବିଦୁ୍ୟତକରଣ ଆରମ୍ଭ କରିବେ  । ସୋନପୁରରେ ପ୍ରତିଷ୍ଠା ହେବାକୁ ଥିବା କେନ୍ଦ୍ରୀୟ ବିଦ୍ୟାଳୟର ମଧ୍ୟ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି  । ଏହାଛଡ଼ା ପ୍ରଧାନମନ୍ତ୍ରୀ ୫ ନୂଆ ପାସପୋର୍ଟ କେନ୍ଦ୍ରର ମଧ୍ୟ ଶୁଭାରମ୍ଭ କରିବେ ବୋଲି ଜାଣିବାକୁ ମିଳିଛି  ।

    ଜାନୁଆରୀ ୧୫ରେ ପ୍ରଧାନମନ୍ତ୍ରୀ ଝାରସୁଗୁଡ଼ା ବିମାନବନ୍ଦରରେ ପହଁଚିବା ପରେ ହେଲିକପ୍ଟରରେ ବଲାଙ୍ଗୀର ଯିବେ  । ସେଠାରେ ଦୁଇଟି କାର୍ଯ୍ୟକ୍ରମ ସାରିବା ପରେ ଝାରସୁଗୁଡ଼ା ଫେରି କେରଳ ଅଭିମୁଖେ ଯାତ୍ରା କରିବେ  । ସୂଚନାଯୋଗ୍ୟଯେ, ପ୍ରଧାନମନ୍ତ୍ରୀ ମାସକ ମଧ୍ୟରେ ଦୁଇଥର ଓଡ଼ିଶା ଆସି ସାରିଛନ୍ତି  । ଡିସେମ୍ବର ୨୪ରେ ଖୋର୍ଦ୍ଧା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ୧୫ ହଜାର କୋଟି ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଥିଲେ  । ସେହିପରି ଗତ ୫ରେ ମୋଦି ବାରିପଦା ଆସିଥିଲେ  । ବାରିପଦାରେ ମୋଦି ସାଢେ଼ ୪ ହଜାର କୋଟି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ  । 

    Maximum 500 characters

    ତାଜା ଖବର View all

    Find Us on Facebook