Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଚାଷୀଙ୍କୁ ଉଚିତ ମୂଲ୍ୟ ଦିଆଯାଉନଥିବା ପ୍ରମାଣ କରିଦେଲେ ରାଜନୀତିରୁ ସନ୍ୟାସ ନେବି: ସୂର୍ଯ୍ୟ ପାତ୍ର

    Share on :
    Date: Jan 11, 2019    Views: 131

    ଭୁବନେଶ୍ୱର: ମଣ୍ଡିରେ ଚାଷୀଙ୍କୁ ସେମାନଙ୍କ ଧାନର ଉଚିତ ମୂଲ୍ୟ ଦିଆଯାଉନଥିବା ଯଦି କେହି ପ୍ରମାଣ କରିଦିଅନ୍ତି ତେବେ ମୁଁ ରାଜନୀତିରେ ସନ୍ୟାସ ନେବି । ଏଭଳି ଦମ୍ଭର ସହ କହିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ।
     ଶ୍ରୀ ପାତ୍ର କହିଛନ୍ତି ଯେ, ଚଳିତ ବର୍ଷ ଖରିଫ ଋତୁରେ ଧାନ ସଂଗ୍ରହ ବଢିଛି । ଏହି ସଂଗ୍ରହ ୧୮ ପ୍ରତିଶତ ବୃଦ୍ଧି ହୋଇଛି ।  ଧାନ ସଂଗ୍ରରେ ଚାଷୀଙ୍କୁ ଉଚିତ ମୂଲ୍ୟ ଦିଆଯାଉଛି । ଖରିଫ ସଂଗ୍ରହ ଋତୁରେ ୩ ଲକ୍ଷ ୭୨ ହଜାର ଚାଷୀ ସରକାରଙ୍କୁ ଧାନବିକ୍ରୀ କରିସାରିଛନ୍ତି ଓ ୩ ହଜାର ୮୯ କୋଟି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ସ୍ଥାନାନ୍ତର କରାଯାଇଛି । ଧାନକିଣାରେ ୨୪ରୁ ୭୨ ଘଣ୍ଟା ମଧ୍ୟରେ ପ୍ରାପ୍ୟ  ପ୍ରଦାନ କରାଯାଉଛି । ଚାଷୀଙ୍କ ବଳକା ଧାନକୁ ସରକାର କିଣିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । 

    ଅନ୍ୟପକ୍ଷରେ ‘କାଳିଆ’କୁ ନେଇ ସରକାରଙ୍କୁ ବିଜେପି ନେତା ସମୀର ମହାନ୍ତି ଟାର୍ଗେଟ କରିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, କାଳିଆ ଯୋଜନାରେ ଦଳୀୟ ଆଧାରରେ ହିତାଧିକାରୀ ଚୟନ କରାଯାଉଛି । ଭାଗଚାଷୀଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି ।  ଯୋଗ୍ୟ ହିତାଧିକାରୀଙ୍କୁ ଚୁପ କରିବାକୁ ବିଜେଡିର ଗୁମାସ୍ତା କାମରେ ଲାଗିଛନ୍ତି ।  ନିର୍ବାଚନୀ ବୈତରଣୀ ପାର ହେବା ଓ ଟଙ୍କା ବାଣ୍ଟିବା ପାଇଁ ଏହା ଏକ ଚାଲ ବୋଲି ଶ୍ରୀ ମହାନ୍ତି ଅଭିଯୋଗ କରିଛନ୍ତି । 

     

    Read more

    ସୂର୍ଯ୍ୟଙ୍କୁ ଛିଗୁଲାଇଲେ ନିରଞ୍ଜନ ; ‘ଚାକରଙ୍କର ଷ୍ଟାଣ୍ଡାଡର଼୍ ଏଇଆ’

    ଭୁବନେଶ୍ୱର : ‘ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ  ।’ ବରିଷ୍ଠ ବିଜେଡ଼ି ନେତା ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଏଭଳି ମନ୍ତବ୍ୟକୁ କଟାକ୍ଷ କରିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ  । ସେ କହିଛନ୍ତିଯେ, ଯିଏ ନିଜକୁ ଚାକର ବୋଲି କହୁଛନ୍ତି ...

    Read more

    ନବୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ: ସୂର୍ଯ୍ୟ ପାତ୍ର

    ଭୁବନେଶ୍ୱର: ନବୀନ ପ୍ରଧାନମନ୍ତ୍ରୀ ହେବା ପାଇଁ ଯୋଗ୍ୟ । ଏକଥା କହିଛନ୍ତି ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର । ଶ୍ରୀ ପାତ୍ର କହିଛନ୍ତି ଯେ, ଦେଶ ଓ ରାଜ୍ୟବାସୀ ନବୀନ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ଚାହୁଁଛନ୍ତି । ଅତୀତରେ ବିଜୁ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ...

    Read more

    କାହା ସହ ବିଜେଡିର ଟଣାଓଟରା ନାହିଁ: ସୂର୍ଯ୍ୟ ପାତ୍ର

    ଭୁବନେଶ୍ୱର: ଆମର କାହା ସହ ଟଣାଓଟରା ନାହିଁ । ଆସନ୍ତା ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବଲାଙ୍ଗୀର ଗସ୍ତ ଦିନ ବିଜେଡିର କୃଷକ ସମାବେଶ ପ୍ରସଙ୍ଗରେ ନିଜର ମତ ରଖି ଏହା କହିଛନ୍ତି  ସମବାୟ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । 

    ମୋଦିଙ୍କ ଗସ୍ତ ଦିନ ...

    Maximum 500 characters

    ରାଜନୀତି View all

    Find Us on Facebook