Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ୨୦୨୧ ସୁଦ୍ଧା ଗଗନଯାନ ପ୍ରକଳ୍ପ: ଇସ୍ରୋ ମୁଖ୍ୟ

    Share on :
    Date: Jan 11, 2019    Views: 61

    ବେଙ୍ଗାଲୁରୁ: ୨୦୨୧ ଡିସେମ୍ବର ସୁଦ୍ଧା ଭାରତର ବହୁ କଳ୍ପିତ ଗଗନଯାନ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ । ମହାକାଶକୁ ମହାକାଶଚାରୀ ପ୍ରେରଣ କରିବାର ସ୍ୱପ୍ନ ସାକାର ହେବ । ଏହି ସୂଚନା ଦେଇଛନ୍ତି ଭାରତ ମହାକାଶ ଗବେଷଣା ପ୍ରତିଷ୍ଠାନ(ଇସ୍ରୋ)ର ଅଧ୍ୟକ୍ଷ କେ. ଶିବନ । ଏହି ପ୍ରକଳ୍ପ ସଫଳ ହେଲେ ମହାକାଶକୁ ସ୍ୱାଧୀନଭାବେ ମାନବ ପ୍ରେରଣ କରିବାରେ ଭାରତ ବିଶ୍ୱର ଚତୁର୍ଥ ଦେଶ ଭାବେ ମାନ୍ୟତା ଲାଭ କରିବ ।
    ଏ ସମ୍ପର୍କରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ଶ୍ରୀ ଶିବନ କହିଛନ୍ତି ଯେ, ଗଗନଯାନ ପ୍ରକଳ୍ପ ପାଇଁ ଶୁବ ଶୀଘ୍ର ଭାରତରେ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହେବ । ଅଧିକ ତାଲିମ ପାଇଁ ରୁଷିଆର ସହାୟତା ଲୋଡ଼ାଯିବ । ମହାକାଶଚାରୀ ଟିମରେ ମହିଳାଙ୍କୁ ସାମିଲ କରାଯିବା ବିଷୟରେ ଚିନ୍ତା କରାଯାଉଛି  ।  ଗତ ବର୍ଷ ଅଗଷ୍ଟ ୧୫ ତାରିଖରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଗନଯାନ ସମ୍ପର୍କରେ ସୂଚନା ଦେଇ ୨୦୨୨ ସୁଦ୍ଧା ଭାରତ ମାତାର ସନ୍ତାନ ମାନେ ସୂର୍ଯ୍ୟ ଓ ଚନ୍ଦ୍ରକୁ ଛୁଇଁବେ ବୋଲି କହିଥିଲେ । ସେହିପରି ଗତ ଡିସେମ୍ବର ମାସରେ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ଗଗନଯାନ ପ୍ରକଳ୍ପରେ ୩ ଜଣ ମହାକାଶଚାରୀ ୭ ଦିନ ପାଇଁ ମହାକାଶକୁ ପ୍ରେରଣ କରାଯିବ ବୋଲି ସୂଚନା ଦେଇଥିଲେ । ଗଗନଯାନର ସଫଳତା ପାଇଁ ଭାରତ ରୁଷିଆ ଓ ଫ୍ରାନ୍ସ ସହିତ ବୁଝାମଣା  ସ୍ୱାକ୍ଷର କରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook