Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

    Share on :
    Date: Jan 11, 2019    Views: 99

    ଭୁବନେଶ୍ୱର: ପୁଣି ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ ।  ଛାତ୍ର କଂଗ୍ରେସ କର୍ମୀମାନେ ଏହି କାଣ୍ଡ ଭିଆଇଛନ୍ତି । ପ୍ରକାଶ ଯେ, ଗୋଲଡେନ ବାବା ଘଟଣାକୁ ନେଇ ଛାତ୍ର କଂଗ୍ରେସର କର୍ମୀମାନେ  ନବୀନ ନିବାସ ଘେରାଉ ପାଇଁ ଯାଉଥିଲେ । ତେବେ ପୁଲିସ ସେମାନଙ୍କୁ ଶିଶୁ ଭବନ ଛକରେ ଅଟକାଇଥିଲା । ଏହି ସମୟରେ ପୁଲିସ ଓ ଛାତ୍ର କଂଗ୍ରେସ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତା ହୋଇଥିଲା । ଏହି ସମୟରେ ଉତ୍ୟକ୍ତ ଛାତ୍ର କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଗୋଲଡେନ ବାବା ସହ ମେୟରଙ୍କ ଲିଙ୍କ ଅଭିଯୋଗ କରି ଛାତ୍ର କଂଗ୍ରେସ କର୍ମୀମାନେ ଆଜି ନବୀନ ନିବାସ ଘେରାଉ ପାଇଁ ଯିବା ବେଳେ ଏହି ଅଘଟଣ ଘଟିଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook