Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଆଜିଠାରୁ ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା: ୧୧ଦିନ ଚାଲିବ ଏହି ମହୋତ୍ସବ

    Share on :
    Date: Jan 11, 2019    Views: 77

    ବରଗଡ଼: ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଂଚରେ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଧନୁଯାତ୍ରା ମହୋତ୍ସବ । ଏହି ଧନୁଯାତ୍ରା ମହୋତ୍ସବ ୧୧ ଦିନ ଧରି ଚାଲିବ । ଶୁକ୍ରବାର ଅପରାହ୍ନରେ ମା’ ସମଲେଇଶ୍ୱରୀଙ୍କ ଠାରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସାଂସ୍କୃତିକ ଶୋଭାଯାତ୍ରା ରାଜଦରବାର ଅଭିମୁଖେ ଯାତ୍ରା କରିବ । ଉଦଘାଟନୀ ସଂଧ୍ୟାରେ ଦେବକୀ-ବସୁଦେବଙ୍କ ବିବାହ, ଉଗ୍ରସେନଙ୍କୁ ଗାଦିଚୁ୍ୟତ କରି ଯୁବରାଜ କଂସଙ୍କ ସିଂହାସନ ଆରୋହଣ ଏବଂ ଦେବକୀ-ବସୁଦେବଙ୍କୁ କାରଗାରରେ ବନ୍ଦୀ ଦୃଶ୍ୟ ଅଭିନୀତ ହେବ । ଧନୁଯାତ୍ରାକୁ ନେଇ ଆମ୍ବାପଲ୍ଲୀ ଉତ୍ସବମୁଖର ହୋଇଉଠିଛି । ଏଥିପାଇଁ ଦୀର୍ଘ ଏକମାସରୁ ପ୍ରସ୍ତୁତି ହୋଇଥିଲା । ଏହି ଉତ୍ସବ ପାଇଁ ବହୁ ସ୍ଥାନରେ ସୁଉଚ୍ଚ ତୋରଣ ମାନ ନିର୍ମିତ ହୋଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook