Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    କଂଟାବୁଦାରୁ ଯୁବକଙ୍କ ମୃତଦେହ ଉଦ୍ଧାର

    Share on :
    Date: Jan 11, 2019    Views: 81

    ଭବାନୀପାଟଣା:  କଳାହାଣ୍ଡି ଜିଲ୍ଲା ଭବାନୀପାଟଣାରୁ ଜଣେ ଯୁବକଙ୍କ ମୃତଦେହ ଏକ କଂଟାବୁଦା ମୂଳରୁ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସଂପୃକ୍ତ ଯୁବକ ଜଣଙ୍କ ଏକ କୋରିୟର କମ୍ପାନୀରେ କାମ କରୁଥିଲେ ବୋଲି ସୂଚନା ମିଳିଛି । ତାଙ୍କ ନାଁ ଅଜୟ ସୁନାନୀ । ତାଙ୍କ ଘର ସହରର ଗୋଦାମପଡ଼ରେ ବୋଲି ଜଣାପଡ଼ିଛି । ଭବାନୀପାଟଣ ହିଲଟାଉନର ୭ନଂ ଲେନରେ ଅଜୟଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ତାଙ୍କର ବାଇକ ମଧ୍ୟ ପୁଲିସ ଜବତ କରିଛି । ଘଟଣାସ୍ଥଳରେ ପୁଲିସ, ସାଇଂଟିଫିକ୍ ଟିମ ଓ କୁକୁର ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଯୁବକଙ୍କ ମୃତୁ୍ୟ ହୋଇଛି ନା ତାଙ୍କୁ କେହି ହତ୍ୟା କରି ସେଠାରେ ଫିଙ୍ଗି ଦେଇଛି ପୁଲିସ ତାହା ଉପରେ ତଦନ୍ତ ଆରମ୍ଭ କରିଛି । ତେବେ ଅଜୟଙ୍କ ପରିବାର ପକ୍ଷରୁ ହତ୍ୟା ଅଭିଯୋଗ କରାଯାଇଛି । 

    Maximum 500 characters

    ଆଂଚଳିକ View all

    Find Us on Facebook