Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଶ୍ରୀମନ୍ଦିରରେ ରକ୍ତଛିଟା

    Share on :
    Date: Jan 11, 2019    Views: 75

    ପୁରୀ:  ପୁଣି ଥରେ ଶ୍ରୀମନ୍ଦିରରେ ରକ୍ତଛିଟା ଦେଖିବାକୁ ମିଳିଛି । ଗୁରୁବାର ସଂଧ୍ୟାରେ ଶ୍ରୀମନ୍ଦିରର ଭିତରକାଠ ନିକଟରେ ରକ୍ତର ଛିଟା ପଡ଼ିଥିବା ଦେଖିବାକୁ ମିଳିଥିଲା । ଫଳରେ ମହାପ୍ରଭୁଙ୍କୁ ମହାସ୍ନାନ କରାଯାଇଥିଲା । ଏଥିପାଇଁ ପ୍ରାୟ ଅଧଘଂଟାଏ କାଳ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିଥିଲା । ତେବେ ରକ୍ତ ଛିଟା କେଉଁଠୁ ଆସିଲା ତାହା ସ୍ପଷ୍ଟ ହୋଇନଥିଲେ ହେଁ କୌଣସି ଭକ୍ତଙ୍କ ଗୋଡ଼ରେ ଆଘାତ ଲାଗି ଏହି ରକ୍ତ ଛିଟା ପଡ଼ିଥିବା ଅନୁମାନ କରାଯାଉଛି । ଏହି ରକ୍ତଛିଟା ଯୋଗୁ ମହାପ୍ରଭୁଙ୍କୁ ସଂଧ୍ୟାରେ ମହାସ୍ନାନ କରାଯିବା ସହିତ ଶ୍ରୀମନ୍ଦିରକୁ ଶୋଧ କରାଯାଇଥିଲା । ପରେ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥାକୁ ସ୍ୱାଭାବିକ କରାଯାଇଥିା । ପୂର୍ବରୁ ମଧ୍ୟ ଏପରି ବହୁବାର ଶ୍ରୀମନ୍ଦିରରେ ରକ୍ତର ଛିଟା ପଡ଼ିଥିବା ଦେଖିବାକୁ ମିଳିଛି । 

    Maximum 500 characters

    ଆଂଚଳିକ View all

    Find Us on Facebook