Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡି ପାଖରେ ଅଛି କେତେ ପାଣ୍ଠି ?

    Share on :
    Date: Jan 11, 2019    Views: 1527

    ଭୁବନେଶ୍ୱର : ୨୦୧୯ରେ ବିଜୁ ଜନତା ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ  । ଏଥିପାଇଁ ଦଳ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଛି  । ଦଳୀୟ ବିଧାୟକ, ସାଂସଦଙ୍କ ଠାରୁ ମାସକର ଦରମା ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ  । ସଭ୍ୟ ସଂଗ୍ରହ ଜରିଆରେ ବି ପାଣ୍ଠି ସଂଗ୍ରହର ଲକ୍ଷ୍ୟ ରଖାଯାଇଛି  । କିନ୍ତୁ ଏବେ ବିଜେଡି ପାଖରେ କେତେ ପାଣ୍ଠି ଅଛି ? ଏହି ପାଣ୍ଠି କେଉଁ ସୂତ୍ରରୁ ଆସିଛି ? କେଉଁ ବାଟରେ ଦଳ ଅର୍ଥ ଖର୍ଚ୍ଚ କରୁଛି ସେନେଇ ବିଜେଡ଼ି ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି  । 

    ତଥ୍ୟ ଅନୁଯାୟୀ, ୨୦୧୮ ମାର୍ଚ୍ଚ ସୁଦ୍ଧା ବିଜେଡ଼ି ପାଖରେ ୨୫ କୋଟି ୧୭ ଲକ୍ଷ ୬୮ ହଜାର ୩୧୧ ଟଙ୍କା ରହିଛି  । ଯେତେବେଳେକି ୨୦୧୭ ମାର୍ଚ୍ଚ ସୁଦ୍ଧା ଦଳ ନିକଟରେ ୧୬ କୋଟି ୪୨ ଲକ୍ଷ ୩୪ ହଜାର ୪୨୮ ଟଙ୍କା ରହିଥିଲା  । ୨୦୧୭ ମାର୍ଚ୍ଚ ବେଳକୁ ବିଜେଡ଼ି ସଭ୍ୟ ଚାନ୍ଦା ବାବଦରେ ମାତ୍ର ୩୫ ଲକ୍ଷ ୮୨ ହଜାର ୫୮୨ ଟଙ୍କା ପାଇଥିବାବେଳେ ୨୦୧୮ ମାର୍ଚ୍ଚ ବେଳକୁ ସଭ୍ୟ ଚାନ୍ଦା ବାବଦରେ ୧୩ କୋଟି ୪ ଲକ୍ଷ ଟଙ୍କା ପାଇଥିଲା  । ସେହିପରି ବିଭିନ୍ନ ଅନୁଦାନ, ସହଯୋଗ ବାବଦରେ ଦଳ ମାତ୍ର ୨୭ ଲକ୍ଷ ୯୬ ହଜାର ୩୯୩ ଟଙ୍କା ପାଇପାରିଛି  । ଅନ୍ୟ ସୂତ୍ରରୁ ଦଳ ୭୯ ଲକ୍ଷ ୬୯୭୭୧ ଟଙ୍କା ପାଇଛି ବୋଲି ଦର୍ଶାଇଛି  । ଗାଏମୋଟ ଦେଖିଲେ ୨୦୧୭-୧୮ରେ ଦଳ ୧୪ କୋଟି ୧୧ ଲକ୍ଷ ଟଙ୍କା ଆୟ କରିଥିବାବେଳେ ୨୦୧୬-୧୭ରେ ତାହା ୧ କୋଟି ୫୨ ଲକ୍ଷ ମଧ୍ୟରେ ସୀମିତ ରହିଥିଲା  ।

    ଅପରପକ୍ଷରେ ବିଜେଡ଼ି ୭ କୋଟି ଟଙ୍କା ବର୍ଷକରୁ ଉଦ୍ଧ୍ୱର୍ ଟର୍ମ ଡିପୋଜିଟ କରିଥିବାବେଳେ ୧୨ କୋଟି ୫୦ ଲକ୍ଷ ଟଙ୍କା ୧୨ ମାସରୁ କମ୍ ଟର୍ମ ଡିପୋଜିଟ କରିଛି  । ବ୍ୟାଙ୍କରେ ୧ କୋଟି ୪୪ ଲକ୍ଷ ଟଙ୍କା ମଧ୍ୟ ରହିଛି  ।

    ବିଜେପୁର ଉପନିର୍ବାଚନରେ ଦଳ ପ୍ରାୟ ୧ କୋଟି ୫୧ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା  । ଅପରପକ୍ଷରେ ବିଜୁଙ୍କ ଉପରେ ଲିଖିତ ଦ ଟଲ ମ୍ୟାନ ପାଇଁ ଦଳ ୨ କୋଟି ୧୯ ଲକ୍ଷ ୮୩ ହଜାର ଟଙ୍କା ଖର୍ଚ୍ଚ କରିଛି ବୋଲି ବିଜେଡ଼ି ତଥ୍ୟ ପ୍ରଦାନ କରିଛି  ।

    Read more

    ଆଭିମୁଖ୍ୟ ରଖିଲା ବିଜେଡି

    ଭୁବନେଶ୍ୱର: ଲୋକସଭାର ବାଚସ୍ପତି  ଓମ ବିର୍ଲାଙ୍କୁ ସ୍ୱାଗତ ଆଳରେ ବୁଧବାର ବିଜେଡି ନିଜ ଆଭିମୁଖ୍ୟ ରଖିଛି ।  ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ,  ବିଜୁ ଜନତା ଦଳ କେବେ ସଂଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ ।  ତର୍କ ଓ ବିତର୍କ ...

    Read more

    ୩ ଦିନରେ ଉଚ୍ଚସ୍ତରୀୟ ବୈଠକ; ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

    ଭୁବନେଶ୍ୱର : ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦୁ୍ୟତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା- ବିଭାଗରେ ...

    Read more

    ୪୪ ଆସନରେ ଏକପାଖିଆ ଜିତିଛି ବିଜେଡ଼ି

    ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏକପାଖିଆ ଭାବେ ୪୪ ଆସନରେ ଆଧିପତ୍ୟ ବିସ୍ତାର କରିବା ସହ ବାଜିମାତ କରିଛି  । ଯେତେବେଳେକି ୩୭ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିବା ଦେଖିବାକୁ ମିଳିଛି  । ଅପରପକ୍ଷରେ ୬୫ ଆସନରେ ବିଜେଡ଼ି-ବିଜେପି ...

    Maximum 500 characters

    ରାଜନୀତି View all

    Find Us on Facebook