Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଜେଡ଼ି ପାଇଁ ବିଜେପିର ଦୁଆର ଖୋଲା

    Share on :
    Date: Jan 11, 2019    Views: 2089

    ଭୁବନେଶ୍ୱର : ବିଜେଡ଼ି ପାଇଁ ବିଜେପି ଦୁଆର ଏବେବି ଉନ୍ମୁକ୍ତ ରହିଛି  । ବାଜପେୟୀଙ୍କ ଅମଳରେ ଯେଉଁ ଦଳଗୁଡିକ ବିଜେପି ସହ ଏନଡ଼ିଏରେ ସାମିଲ ଥିଲେ ସେହି ଦଳଗୁଡ଼ିକୁ ମେଂଟ ଭୁକ୍ତ କରିବା ପାଇଁ ବିଜେପି ଯୋଜନା କରିଛି  । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଇସାରା ଦେଇଛନ୍ତି  । ଅବଶ୍ୟ ମୋଦି ବିଜେଡ଼ି ସମ୍ପର୍କରେ ଏହା ସିଧାସଳଖ ଭାବେ କହିନଥିଲେ ମଧ୍ୟ ବାଜପେୟୀଙ୍କ ଅମଳରେ ଏନଡ଼ିଏ ସହଯୋଗୀଙ୍କ କଥା ଉଲ୍ଳେଖ କରିଛନ୍ତି  । ବାଜପେୟୀଙ୍କ ଅମଳରେ ଏନଡ଼ିଏରେ ବିଜେଡ଼ି ସହଯୋଗୀ ଭାବେ ରହିଥିଲା  । ଏହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କିନ୍ତୁ ବାରବାର ସମଦୂରତ୍ୱ ପ୍ରସଙ୍ଗକୁ ଦୋହରାଇ ଆସୁଛନ୍ତି  ।

    ଲୋକସଭା ନିର୍ବାଚନ ପାଇଁ ବିରୋଧୀ ମହାମେଂଟ କରିଛନ୍ତି  । ବିଜେପିକୁ ପରାସ୍ତ କରିବା ପାଇଁ କଂଗ୍ରେସ ସମେତ ଅନେକ ଦଳ ହାତ ମିଳାଇ ସାରିଛନ୍ତି  । ଏହାର ସଫଳତା ମଧ୍ୟ ମିଳିସାରିଛି  । ଉତରପ୍ରଦେଶରେ ଖୋଦ ଯୋଗୀ ଆଦିତ୍ୟନାଥଙ୍କ ଆସନରେ ବିଜେପି ହାରିବା ହେଉ ଅବା କର୍ଣ୍ଣାଟକରେ ପରୋକ୍ଷରେ କଂଗ୍ରେସର କ୍ଷମତା ଦଖଲ ଏକ ନିଜର ସୃଷ୍ଟି କରିଛି  । ଏମିତିକି ୩ ରାଜ୍ୟରେ ବିଜେପି ପରାଜୟ ପଛରେ ମଧ୍ୟ ଏହି କାରଣ ସବୁକୁ ଏଡ଼ାଇ ଦିଆନଯାଇପାରେ  । ସାମ୍ପ୍ରତିକ ରାଜନୀତିକ ସମୀକରଣକୁ ଅନୁଶୀଳନ କରିବା ପରେ ମୋଦି ମଧ୍ୟ ରଣନୀତି ବଦଳାଇବାକୁ ବାଧ୍ୟ ହୋଇଛନ୍ତି  । ଯାହାର ସଂକେତ ଖୋଦ ମୋଦି ଦେଇଛନ୍ତି  ।

    ଏନଡ଼ିଏ-୧ ଓ ଏନଡ଼ିଏ-୨ ସରକାରର ମେଂଟ ଧର୍ମ ପାଳନ ସଂକ୍ରାନ୍ତରେ ମୋଦି କହିବା ସହ ପୁରୁଣା ମେଂଟ ସହଯୋଗୀଙ୍କ ପାଇଁ ଦ୍ୱାର ଖୋଲା ଅଛି ବୋଲି କହିଛନ୍ତି  । ଏକ ଶକ୍ତିଶାଳୀ ଏନଡ଼ିଏ ବିଶ୍ୱାସ ଉପରେ ଆଧାରିତ ହେବବୋଲି ସେ କହିଛନ୍ତି  । ଖାଲି ସେତିକିନୁହେଁ ବିଜେପି ପୁରୁଣା ସହଯୋଗୀଙ୍କୁ ସର୍ବଦା ସମ୍ମାନ କରିଆସୁଛି ଓ ବିଜେପି ସହ ମେଂଟରେ ସାମିଲ ହେବାକୁ ଆମନ୍ତ୍ରଣ କରୁଛି ବୋଲି ମୋଦି ପ୍ରକାଶ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ଚେନ୍ନାଇରେ ବିଜେପି କାର୍ଯ୍ୟକର୍ତାମାନଙ୍କୁ ସମ୍ବୋଧିତ କରି ମୋଦି କହିଥିଲେଯେ, ପୁରୁଣା ସହଯୋଗୀମାନଙ୍କୁ ସ୍ୱାଗତ କରିବାକୁ ବିଜେପି ପ୍ରସ୍ତୁତ ହୋଇରହିଛି  । ୨୦ ବର୍ଷ ତଳେ ଅଟଳଜୀ ସଫଳ ମେଂଟ ରାଜନୀତିର ସଂସ୍କୃତି ଆଣିଥିଲେ  । ବିଜେପି ସର୍ବଦା ଏହି ନୀତିରେ ବିଶ୍ୱାସ ରଖୁଛି ବୋଲି ମୋଦି କହିଛନ୍ତି  ।

     

    Maximum 500 characters

    ରାଜନୀତି View all

    Find Us on Facebook