Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଏଣିକି ବାର୍ଷିକ ୪୦ ଲକ୍ଷ ବ୍ୟବସାୟ ପାଇଁ ଜିଏସଟି

    Share on :
    Date: Jan 10, 2019    Views: 73

    ଭୁବନେଶ୍ୱର : ଜିଏସଟିକୁ ନେଇ ଛୋଟ ଛୋଟ ବ୍ୟବସାୟୀମାନେ ଭାରି ଅସୁବିଧାରେ ପଡ଼ିଥିଲେ  । ବାର୍ଷିକ ୨୦ ଲକ୍ଷ ଟଙ୍କାର ବ୍ୟବସାୟ ପାଇଁ ଜିଏସଟି ପଞ୍ଜୀକରଣର ଆବଶ୍ୟକତା ପଡୁଥିଲା  । ଜିଏସଟି ପଞ୍ଜୀକରଣରେ ଯେତିକି ସମସ୍ୟା ନଥିଲା ନିୟମିତ ଭାବେ ରିଟର୍ଣ୍ଣ ଦାଖଲ କରିବା ବହୁ ସମସ୍ୟା ସୃଷ୍ଟି କରିଥିଲା  । ତେବେ ଏସବୁକୁ ଅନୁଶୀଳନ କରିବା ପରେ କେନ୍ଦ୍ର ସରକାର ଜିଏସଟି ପାଇଁ ଧାର୍ଯ୍ୟ ବାର୍ଷିକ ଟର୍ଣ୍ଣଓଭରର ପରିସୀମା ବୃଦ୍ଧି କରିଛନ୍ତି  ।  ପୂର୍ବରୁ ୨୦ ଲକ୍ଷ ଟଙ୍କାର ବାର୍ଷିକ ବ୍ୟବସାୟ ପାଇଁ ଜିଏସଟି ପଞ୍ଜୀକରଣର ଆବଶ୍ୟକତା ଥିବାବେଳେ ଏବେ ତାହା ୪୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି  । ତେବେ ଉତର ପୂର୍ବାଂଚଳ ରାଜ୍ୟରେ ପୂର୍ବରୁ ଏହି ସୀମା ୧୦ ଲକ୍ଷ ଟଙ୍କା ଥିବାବେଳେ ଏବେ ତାହା ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ସୂଚନା ଦେଇଛନ୍ତି  ।

    Maximum 500 characters

    ତାଜା ଖବର View all

    Find Us on Facebook