Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ପାଣ୍ଡ୍ୟାଙ୍କୁ ମହଙ୍ଗା ପଡ଼ିଲା

    Share on :
    Date: Jan 10, 2019    Views: 41

    ମୁୁମ୍ବାଇ: ଭାରତୀୟ କି୍ରକେଟ ଦଳର ଯୁବ ଅଲରାଉଣ୍ଡର ହାର୍ଦ୍ଧିକ ପାଣ୍ଡ୍ୟା ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେବା ତାଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ସହିତ ଏହି କାର୍ଯ୍ୟକ୍ରମକୁ ଯାଇଥିବା ପ୍ରାରମ୍ଭିକ ବ୍ୟାଟସମ୍ୟାନ ଲୋକେଶ ରାହୁଲ ମଧ୍ୟ ତୀବ୍ର ସମାଲୋଚନାର ଶିକାର ହୋଇଛନ୍ତି । ବିଶେଷ କରି ମହିଳାଙ୍କ ପ୍ରତି ପାଣ୍ଡ୍ୟା କହିଥିବା କେତେକ ବିବଦୀୟ କଥାକୁ କ୍ରିଡ଼ାପ୍ରେମୀ କଟୁ ସମାଲୋଚନା କରିଚନ୍ତି । ଏକ କାର୍ଯ୍ୟକ୍ରମ ଅବସରରେ ପାଣ୍ଡ୍ୟା କହିଥିଲେ ଯେ, ବହୁ ନାରୀଙ୍କ ସହ ତାଙ୍କର ଶାରୀରିକ ସଂପର୍କ ରହିଛି । ଏପରିକି ମହିଳାମାନେ ତାଙ୍କ ପାଇଁ କେବଳ ଏକ ଉପଭୋଗର ବସ୍ତୁ । କୌଣସି ମହିଳାଙ୍କ ସହ ଶାରିରୀକ ସଂପର୍କ ରଖିବା ଦିନ ହିଁ ଏହି ବିଷୟରେ ସେ ନିଜ ମାତା ପିତାଙ୍କୁ ଗର୍ବରେ କହି ଦେଇଥାନ୍ତି ବୋଲି ଲଜ୍ଜାହୀନ ପାଣ୍ଡ୍ୟା କହିଥିଲେ । ନାଇଟ କ୍ଲବରେ ମହିଳାଙ୍କ ପଛପଟୁ ଦେଖିବାକୁ ମୋତେ ଭଲ ଲାଗିଥାଏ ବୋଲି ସେ କହିଥିଲେ । ତାଙ୍କର ଏପରି ମନ୍ତବ୍ୟ ପାଇଁ ଭର୍ତ୍ସନାର ସମ୍ମୁଖୀନ ହୋଇଛନ୍ତି । ଫଳରେ ତାଙ୍କୁ କ୍ଷମା ମାଗିବାକୁ ପଡ଼ିଛି । ସେ ଟ୍ୱିଟ କରି ଲେଖିଥିଲେ ଯେ, ‘କଫି ୱିଥ କରଣ’ରେ ମହିଳାଙ୍କ ପ୍ରତି ଦେଇଥିବା ମନ୍ତବ୍ୟ ନେଇ ମୁଁ ସମସ୍ତଙ୍କୁ କ୍ଷମା ମାଗୁଛି । ଯଦି ମୋ କଥା କାହା ମନରେ ଆଘାତ ଦେଇଥାଏ ତାହାଲେ ସେମାନେ ମୋତେ କ୍ଷମା କରିଦିଅନ୍ତୁ । 

    Maximum 500 characters

    ଖେଳ ଖବର View all

    Find Us on Facebook