Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାହୁଲଙ୍କ ପାଇଁ ମଇଦାନ ଖୋଜୁଛି କଂଗ୍ରେସ

    Share on :
    Date: Jan 10, 2019    Views: 4729

    ଭୁବନେଶ୍ୱର:  ଗୋଟିଏ ପଟେ ରାହୁଲ ଗାନ୍ଧୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଅପରପକ୍ଷରେ ଓଡ଼ିଶାର ତାଙ୍କ ପାଇଁ ମଇଦାନ ଖୋଜୁଛି ପ୍ରଦେଶ କଂଗ୍ରେସ କମିଟି । ଭୁବନେଶ୍ୱରରେ ସଭା ପାଇଁ ପଡ଼ିଆ ନଥିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ସମେତ ଅନ୍ୟ ନେତାମାନେ ଏବେ ପଡ଼ିଆ ଖୋଜୁଥିବା ଜାଣିବାକୁ ମିଳୁଛି । 

    ସୂଚନା ଯୋଗ୍ୟ ଯେ, ଆସନ୍ତା ୨୫ରେ ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତରେ ଆସୁଛନ୍ତି । ରାହୁଲଙ୍କ ସମାବେଶ ପାଇଁ ପିସିସି ପକ୍ଷରୁ ପ୍ରଥମେ ବାଲି ଯାତ୍ରା ପଡ଼ିଆ ସ୍ଥିର କରାଯାଇଥିଲା । କିନ୍ତୁ ଭୁବନେଶ୍ୱରରେ ସମାବେଶ କରିବା ପାଇଁ ରାହୁଲ ଆଗ୍ରହ ପ୍ରକାଶ କରିଥିଲେ । ଯାହାକି ପିସିସିକୁ ଅକଳରେ ପକାଇଦେଇଥିଲା । ଭୁବନେଶ୍ୱର ଜନତା ମଇଦାନ, ପ୍ରଦର୍ଶନୀ ପଡ଼ିଆ, ବରମୁଣ୍ଡା ପଡ଼ିଆରେ ସମାବେଶ କରିବା ପାଇଁ ପିସିସି ଚିନ୍ତା କରିଥିଲେ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ମେଳା ଆଦି କାରଣରୁ ପଡ଼ିଆ ମିଳିପାରିନାହିଁ । ତେଣୁ ଆଜି ପିସିସିର ଟିମ ତମାଣ୍ଡୋ ଅଭିମୁଖେ ଗସ୍ତ କରିଥିଲା ।

    ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀ ତମାଣ୍ଡୋ ପଡ଼ିଆ ଅନୁଧ୍ୟାନ କରିଛନ୍ତି । ଯଦି ସେହି ସ୍ଥାନରେ ସଭା ପାଇଁ ସମସ୍ତ ପ୍ରକାର ସୁବିଧା ସୁଯୋଗ ମିଳେ ତେବେ ହୁଏତ ତମାଣ୍ଡେରେ ହିଁ ରାହୁଲଙ୍କ ଭାଷଣ ଶୁଣିବାକୁ ମିଳିପାରେ ।

    Maximum 500 characters

    ଅଧିକ ମତାମତ

    CTC sabuthu bhala

    Sunil matia

    Jan 10, 2019

    Jay niranjan

    Surakarta behera

    Jan 10, 2019

    ତାଜା ଖବର View all

    Find Us on Facebook