Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପାଣ୍ଡ୍ୟା ଓ ରାହୁଲଙ୍କୁ ଦୁଇଟି ମ୍ୟାଚରୁ ବାସନ୍ଦ ପାଇଁ ସୁପାରିଶ

    Share on :
    Date: Jan 10, 2019    Views: 107

    ନୂଆଦିଲ୍ଲୀ:  ଏକ ଟିଭି ଶୋରେ ମହିଳାମାନଙ୍କ ପ୍ରତି ବିବାଦୀୟ ମନ୍ତବ୍ୟ ପାଇଁ  କ୍ରିକେଟ ଖେଳାଳି ହାର୍ଦ୍ଧିକ ପାଣ୍ଡ୍ୟା ଓ କେ. ଏଲ ରାହୁଲଙ୍କୁ ଦୁଇଟି ଦିନିକିଆ ମ୍ୟାଚରୁ ବାସନ୍ଦ ପାଇଁ ସୁପାରିଶ କରାଯାଇଛି । ବିସିସିଆଇ କମିଟି ଅଫ ଆଡମିନିଷ୍ଟ୍ରେଟରର ମୁଖ୍ୟ ବିନୋଦ ରାଏ  ଏହି ସୁପାରିଶ କରିଛନ୍ତି । ତେବେ ଏ ଦିଗରେ ଉପଯୁକ୍ତ ପରାମର୍ଶ ପାଇଁ କମିଟି ଅଫ ଆଡମିନିଷ୍ଟ୍ରେଟରର ଅନ୍ୟତମ ଆଡମିନିଷ୍ଟ୍ରେଟର ଡି ଏଡୁଲଜୀ ମାମଲାକୁ ବିସିସିଆଇର ଆଇନ ସେଲକୁ ପଠାଇ ଦେଇଛନ୍ତି । 

    ପ୍ରକାଶ ଯେ, ପାଣ୍ଡ୍ୟାଙ୍କ ଅଶାଳୀନ ମନ୍ତବ୍ୟ ନେଇ ଚାରିଆଡେ଼ ସ୍ୱର ଉଠିବା ପରେ କମିଟି ଅଫ ଆଡମିନିଷ୍ଟ୍ରେଟର ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏହାର ଜବାବରେ ପାଣ୍ଡ୍ୟା ଦୁଃଖ ପ୍ରକାଶ କରିଥିଲେ ଏବଂ ଏପରି ବ୍ୟବହାର ଭବିଷ୍ୟତରେ ସେ ଆଉ ଦେଖାଇବେ ନାହିଁ ବୋଲି ଜଣାଇଥିଲେ । 

    Maximum 500 characters

    ଖେଳ ଖବର View all

    Find Us on Facebook