Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅଜବ

ମୁଖ୍ୟ ଖବର

    ଅସଲି ମହୁ ଜାଣିବାର ଉପାୟ

    Share on :
    Date: Jan 10, 2019    Views: 141

    ମହୁ ଆମ ଦୈନନ୍ଦିନ ଜୀବନରେ ଏକ ଅତି ବ୍ୟବହାର୍ଯ୍ୟ ଉପôାଦ । ତେବେ ବଜାରରେ ମିଳୁଥିବା ମହୁକୁ ଉପôାଦନକାରୀ ଯେତେ ଶୁଦ୍ଧ କହିଲେ ମଧ୍ୟ ତାହା ଶୁଦ୍ଧ ହୋଇନଥାଏ । ଏହାକୁ କାଚପରି ସ୍ୱଚ୍ଛ କରିବା ପାଇଁ କମ୍ପାନୀମାନେ ବହୁ ରାସାୟନିକ ପ୍ରୟୋଗ କରିଥାନ୍ତି । ଏହି ପରିପ୍ରେକ୍ଷୀରେ ମହୁର ଶୁଦ୍ଧତା ଜାଣିବା ପାଇଁ ଆମେ କିଛି ସରଳ ଉପାୟ କହିରଖୁଛୁ । 
    ୧. ଦିଆସିଲି କାଠିକୁ ମହୁରେ ବୁଡ଼ାଇ ଦିଆସିଲି ଡବାରେ ଆଣି ଘଷନ୍ତୁ । ମହୁ ଶୁଦ୍ଧ ହୋଇଥିଲେ କାଠି ଜଳି ଉଠିବ । 
    ୨. ଏକ ବିନ୍ଦୁ ମହୁ ଆଣି ନିଜ ଆଙ୍ଗୁଳି କିମ୍ବା ଆଙ୍ଗୁଳି ମଝିରେ ରଖି ଦଳନ୍ତୁ । ଶୁଦ୍ଧ ମହୁ ଚର୍ମରେ ଶୋଷିଯିବ । 
    ୩. ଏକ କାଚ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ଟୋପା ମହୁ ପକାନ୍ତୁ । ଶୁଦ୍ଧ ମହୁ ହୋଇଥିଲେ ତାହା ପାଣି ତଳେ ବସିଯିବ । 
    ୪. କିଛି ମହୁକୁ ନେଇ କୁକୁରକୁ ଖୁଆନ୍ତୁ । କୁକୁର ମହୁ ଖାଏ ନାହିଁ । ଏଥିରେ ଅସଲ ମହୁ ଜଣାପଡ଼ିଯିବ । 
    ୫. ଟିସୁ ପେପର, ନରମ କପଡ଼ା ଉପରେ କିଛି ପରିମାଣର ମହୁ ଢ଼ାଳନ୍ତୁ । ମହୁ ଅର୍ବ୍ଜବ ନହେଲେ ଏହା ଅସଲି ମହୁ ବୋଲି ଜାଣିହେବ । 
    ୬. ଅସଲି ମହୁ ଗରମରେ ତରଳେ ଓ ଶୀତରେ ବସିଯାଏ ।
    ୭. ମହମବତୀକୁ ମହୁରେ ବୁଡ଼ାଇଲେ ଯଦି ଏହା ଜଳେ, ତେବେ ଏହା ଅସଲି ମହୁ । 

    Maximum 500 characters

    ଅଜବ View all

    Find Us on Facebook