Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଚେହେରାକୁ ଆକର୍ଷଣୀୟ କରିବାର ଉପାୟ

    Share on :
    Date: Jan 10, 2019    Views: 135

    ଚେହେରା ଆହୁରି ଆକର୍ଷଣୀୟ କରିବାକୁ ପ୍ରତ୍ୟେକ ମହିଳା ଚାହାନ୍ତି । ତୋଫା, ଉଜ୍ଜ୍ୱଳ ତ୍ୱଚା ଚେହେରାକୁ ଆକର୍ଷଣୀୟ କରିବାରେ ସହାୟକ ହୋଇଥାଏ । ଏଥିପାଇଁ ଘରୋଇ ଭାବେ ସହଜରେ କ’ଣ କରିବେ ସେହି ସୂତ୍ର କହିରଖୁଛୁ । 
    ୧. ମୁହଁ ଅଧିକ ତେଲିଆ ଯଦି ଦେଖାଯାଉଥାଏ ତେବେ ୩ଚାମଚ ଗାଜର ରସ, ୧ ଚାମଚ ବଟର ମିଲ୍କ, ୨ ଚାମଚ ବେସନ, ୧ ଚାମଚ ଲେମ୍ବୁ ରସକୁ ମିଶାଇ ପେଷ୍ଟ ତିଆରି କରି ମୁହଁ ଓ ବେକରେ ଲଗାନ୍ତୁ । ଅଧଘଂଟା ପରେ ତାହାକୁ ଧୋଇ ଉଷୁମୁ ପାଣିରେ ଦିଅନ୍ତୁ । ଏହି ପରି ମାସେ କରନ୍ତୁ ଦେଖିବେ ମୁହଁ ତ୍ୱଚା ହୋଇଯିବ । 
    ୨. ମହୁ ଏକ ଚାମଚ, ଲେମ୍ବୁ ରସ ୧ଚାମଚ ମିଶାଇ ମୁହଁରେ ଲଗାନ୍ତୁ । ଏହା ତ୍ୱଚାକୁ କୋମଳ ତଥା ସଫା କରିଥାଏ । 
    ୩. ସପ୍ତାହରେ ଥରେ ପିଆଜ ଓ ତିନି ଚାମଚ ଦହି ମିଶାଇ ଭଲଭାବରେ ବାଟି ଦିଅନ୍ତୁ । ତାହାକୁ ମୁହଁରେ ଲଗାଇ ୧୫ ମିନିଟ୍ ପରେ ଉଷୁମୁ ପାଣିରେ ଧୋଇ ଦିଅନ୍ତୁ । 
    ୪. ଦୁଇ ଚାମଚ କ୍ଷୀରେ କିଛି କେଶର ମିଶାଇ ରାତିରେ ଶୋଇବା ସମୟରେ ଏହାକୁ ମୁହଁରେ ଲଗାନ୍ତୁ । ସକାଳୁ ଥଣ୍ଡ ପାଣିରେ ଭଲ ଭାବେ ମୁହଁ ଧୋଇଦିଅନ୍ତୁ  । ଏହା ତ୍ୱଚାକୁ ଉଜ୍ଜଳ ରଖିବ । 

    Maximum 500 characters

    ବିଶେଷ View all

    Find Us on Facebook