Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ୧୫ରେ ପୁଣି ମୋଦି-ନବୀନ ଲଢେଇ

    Share on :
    Date: Jan 10, 2019    Views: 1147

    ଭୁବନେଶ୍ୱର: ଗତ ୫ ତାରିଖ ଦିନ ମୋଦି-ନବୀନ ଲଢେଇ ହୋଇଥିବାବେଳେ ଆସନ୍ତା ୧୫ ତାରିଖରେ ପୁଣି ହେବ ମୋଦି-ନବୀନ ଲଢେଇ । ୧୫ରେ ମୋଦି ଆସିବେ ବଲାଙ୍ଗୀର । ଆଉ ମୋଦିଙ୍କ କାର୍ଯ୍ୟକ୍ରମକୁ କାଉଣ୍ଟର କରିବା କରି ଭୁବନେଶ୍ୱରରେ ସମାନ୍ତରାଳ କୃଷକ କାର୍ଯ୍ୟକ୍ରମର ଆୟୋଜନ କରିଛି ବିଜେଡି । ବଲାଙ୍ଗୀରରେ  ନରେନ୍ଦ୍ର ମୋଦି ଗର୍ଜିବା ବେଳେ ଭୁବନେଶ୍ୱର ବରମୁଣ୍ଡା ପଡ଼ିଆରେ କୃଷକ କାର୍ଯ୍ୟକ୍ରମକୁ  ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୧୫ରୁ ୧୯ ପର୍ଯ୍ୟନ୍ତ ବରମୁଣ୍ଡା ପଡ଼ିଆରେ କୃଷି ଓଡ଼ିଶା ନାମରେ ଏହି କାର୍ଯ୍ୟକ୍ରମ ହେବ ।

    ଆସନ୍ତା ୧୫ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଲାଙ୍ଗୀର ଗସ୍ତ ଅବସରରେ ସକାଳ ୯.୩୦ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ଓହ୍ଲାଇବେ ।  ସେଠାରୁ ହେଲିକପ୍ଟରରେ ବଲାଙ୍ଗୀର ଯିବେ ମୋଦି । ବଲାଙ୍ଗୀରରେ ମୋଦି ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତି ପ୍ରସ୍ତର କରିବାର କାର୍ଯ୍ୟକ୍ରମ ରହିଛି ।  ପରେ ୧୧ଟା ୪୫ରେ  ମୋଦି ପଥରଚେପା ପଡ଼ିଆରେ ହେବାକୁ ଥିବା ସାଧାରଣ ସଭାରେ ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।  ସେଠାରୁ ଝାରସୁଗୁଡ଼ା ଯାଇ ଅପରାହ୍ନ ୧ଟା ୪୫ରେ କେରଳ ଯିବେ ବୋଲି ଚୂଡ଼ାନ୍ତ ହୋଇଛି । 

    ପ୍ରକାଶ ଯେ, ଗତ ୫ ତାରିଖ ମଧ୍ୟ ମୋଦି- ନବୀନ ଲଢେଇ ହୋଇଥିଲା ।  ୫ରେ ମୋଦି ବାରିପଦା ଗସ୍ତରେ ଆସିଥିବାବେଳେ ଉକ୍ତ ଦିନ ମୋଦିଙ୍କ ସମାବେଶକୁ କାଉଣ୍ଟର କରିବା ପାଇଁ ବିଜେଡି ମଧ୍ୟ ରଣନୀତି କରିଥିଲା । ମୋଦିଙ୍କ ବାରିପଦା ସମାବେଶକୁ ଟକ୍କର ଦେବା ପାଇଁ  ବିଜେଡି ପକ୍ଷରୁ ପୁରୀ ଇନଡୋର ହଲରେ ଏକ ମହିଳା ସମାବେଶ କରାଯାଇଥିଲା । ଏହି ସମାବେଶରେ ନବୀନ ଉଦବୋଧନ ଦେବା ସହ ଏସଏଚଜି ଗ୍ରୁପକୁ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରିଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook