ମୁଖ୍ୟ ଖବର
ନୂଆଦିଲ୍ଲୀ: ବାରମ୍ବାର ଆତଙ୍କବାଦୀ ଆକ୍ରମଣର ଶିକାର ହେଉଥିବା ଭାରତ ପାଇଁ ଆଗକୁ ଆଉ ଏକ ବିପଦ ଦେଖାଦେଇଛି । ଭାରତରେ ପ୍ରବେଶ କରିବା ପାଇଁ ଆତଙ୍କବାଦୀମାନେ ଅପେକ୍ଷା କରି ରହିଛନ୍ତି । ତେବେ ଏହି ଆତଙ୍କବାଦୀଙ୍କ ସଂଖ୍ୟା ଜଣେ କି ଦୁଇ ଜଣ ନୁହେଁ । ପାଖାପାଖି ୩୦୦ ଜଣ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ପାଇଁ ଅପେକ୍ଷା କରି ରହିଛନ୍ତି । ଏକଥା ଆମେ କହୁନାହୁଁ । ଖୋଦ ସ୍ଥଳସେନା ମୁଖ୍ୟ ଜେନେରାଲ ବିପିନ ରାୱତ ଏହା କହିଛନ୍ତି ।
ସେନାର ବାର୍ଷିକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରାୱତ ସୂଚନା ଦେଇଛନ୍ତି । ଶ୍ରୀ ରାଉତ କହିଛନ୍ତି ଯେ, ସୀମାରେ ଲାଇନ ଅଫ କଣ୍ଟ୍ରୋଲରେ ୩୦୦ ଜଣ ଆତଙ୍କବାଦୀ ଭାରତରେ ପ୍ରବେଶ କରିବା ପାଇଁ ଅପେକ୍ଷା କରି ରହିଛନ୍ତି ।
Comments ସମସ୍ତ ମତାମତ 0