Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପ୍ରେମୀ ଯୁଗଳଙ୍କ ଝଲନ୍ତା ମୃତଦେହ ଉଦ୍ଧାର

    Share on :
    Date: Jan 10, 2019    Views: 73

    ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଗୁମିଧରା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ପରସ୍ପରକୁ ପ୍ରେମ କରୁଥିବା ପ୍ରେମିକ ଓ ପ୍ରେମିକା ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ଆଜି ଉଭୟଙ୍କ ଝୁଲନ୍ତା ମୃତଦେହ ଦେଖି ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ କରୁଛି । 

     ପ୍ରେମିକ ଜଣକ ରାଜମିସ୍ତ୍ରୀଭାବେ କାମ କରୁଥିବାବେଳେ ପ୍ରେମିକା ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ସାଙ୍ଗ ହୋଇ କାମ କରିବା ମଧ୍ୟରେ ସେମାନେ ଗତ ୨ ବର୍ଷ ହେବ ପରସ୍ପରକୁ  ଭଲ ପାଇବାସିଥିଲେ ।  ମାତ୍ର ଉଭୟଙ୍କ ଜାତି ଭିନ୍ନ ହୋଇଥିବାରୁ ଏହି ପ୍ରେମୀଯୁଗଳ ପରିବାର ଆଗରେ ବାହା ହେବା ନେଇ କହିବାକୁ ସାହସ ଜୁଟାଇ ପାରିନଥିଲେ । ତେବେ ଗତକାଲି ଉଭୟ ଗାଁ ନିକଟସ୍ଥ କାଜୁ ଜଙ୍ଗଲରେ ମିଳିତ ହୋଇଥିଲେ । ଶେଷରେ ସେମାନଙ୍କ ପ୍ରେମ ବିଫଳ ହେବ ବୋଲି ଆଶଙ୍କା କରି ଉଭୟ ବେକରେ ଫାଶି ଲଗାଇ କାଜୁ ଗଛରୁ ଝୁଲି ପଡ଼ିଥିଲେ । ଆଜି ସକାଳେ ଏହା ଜଣାପଡ଼ିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook