Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଡ଼ୁଆରେ ମମତା, ଦଳ ଛାଡ଼ୁଛନ୍ତି ସାଂସଦ

    Share on :
    Date: Jan 10, 2019    Views: 199

    କୋଲକାତା: ଆସନ୍ତା ସାଧାରଣ ନିର୍ବାଚନ ପୂର୍ବରୁ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି । ବରିଷ୍ଠ ନେତା ତଥା ପଶ୍ଚିମବଙ୍ଗ ବିଷ୍ଣୁପୁର ସାଂସଦ ସୌମିତ୍ର ଖାନ ଟିଏମସି ଛାଡ଼ି ବିଜେପିରେ ଯୋଗଦେଇଛନ୍ତି । ଆସନ୍ତା ୧୯ ତାରିଖରେ ପଶ୍ଚିମବଙ୍ଗରେ ମହାରାଲି ପୂର୍ବରୁ ମମତାଙ୍କୁ ଏହା ଏକ ଝଟକା ବୋଲି ଚର୍ଚ୍ଚା ହେଉଛି ।  ବୋଲାପୁରର ଟିଏମସି ସାଂସଦ ଅନୁପମ ହାଜ୍ରା ମଧ୍ୟ ବିଜେପିରେ ମିଶିପାରନ୍ତି ବୋଲ ଚର୍ଚ୍ଚା ହେଉଛି । ଅପରପକ୍ଷରେ ଅନୁ୍ୟନ ୬ ଜଣ ଟିଏମସି ସାଂସଦ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ବୋଲି  ବିଜେପିର ଜଣେ ନେତା ଦାବି କରିଛନ୍ତି । ବିଜେପି ପକ୍ଷରୁ ସେମାନଙ୍କ ବିଷୟରେ ସୂଚନା ଦିଆଯାଇନଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଅର୍ପିତା ଘୋଷ ଓ ଶତାବ୍ଦୀ ରାଏ ଅଛନ୍ତି ବୋଲି କୁହାଯାଉଛି । ଏହା ପୂର୍ବରୁ ଟିଏମସିରେ ଏକଦା ଦ୍ୱିତୀୟ କ୍ଷମତାଶାଳୀ ବ୍ୟକ୍ତିତ୍ୱ କୁହାଯାଉଥିବା ମୁ୍କୁଲ ରାଏ ବିଜେପିରେ ଯୋଗଦେଇଛନ୍ତି । 

    ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ସୌମିତ୍ର ଓ ଅନୁପମଙ୍କୁ ଦଳରୁ ବହିଷ୍କାର ପ୍ରକ୍ରିୟା ଆରମ୍ଭ ହୋଇଛି । ଅପରପକ୍ଷରେ ସୌମିତ୍ର କହିଛନ୍ତି ଯେ, ଟିଏମସି ଏବେ ଏକ ରାଜନୈତିକ ଦଳ ହୋଇନାହିଁ । ଟିଏମସି ଏବେ ମମତା ଓ ତାଙ୍କ ପୁତୁରା ଅଭିଷେକଙ୍କ ଦ୍ୱାରା ପରିଚାଳିତ ଏକ ଘରୋଇ କମ୍ପାନୀରେ ପରିଣତ ହୋଇଛି । ପଶ୍ଚିମବଙ୍ଗରେ ଏବେ ସିଣ୍ଡିକେଟ ରାଜ ଓ ପୁଲିସ ରାଜ ଚାଲିଛି ।

    Read more

    ମମତା ବାନାର୍ଜୀ କିମ୍‌ ଜୋଙ୍ଗଙ୍କ ଭୂମିକା ନିଭାଉଛନ୍ତି

    ନୂଆଦିଲ୍ଲୀ: ନିଜର ବୟାନବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା ବିଜେପି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ଗିରିରାଜ ସିଂହ ପୁଣି ଏକ ବିବାଦୀୟ ବୟାନ୍‌ ଦେଇଛନ୍ତି। ସେ କହିଛନ୍ତି ଯେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉତ୍ତର କୋରିୟାର ଏକଛତ୍ରବାଦୀ ଶାସକ ...

    Read more

    ସୁପ୍ରିମକୋର୍ଟରେ ଜନତାଙ୍କ ବିଜୟ ହୋଇଛି: ମମତା

    ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଜନତାଙ୍କ ବିଜୟ ହୋଇଛି ।  କୋଲକାତାରେ ପୁଲିସ-ସିବିଆଇ ମୁହାଁମୁହିଁ ମାମଲାର ରାୟକୁ ସ୍ୱାଗତ କରି ଏହା କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଏଥିସହ ଏହା ଟିଏମସିର ଆନେ୍ଦାଳନ ନୁହେଁ, ଏହା ଜନତାଙ୍କ ଆନେ୍ଦାଳନ ବୋଲି ...

    Read more

    ରାତି ସାରା ଧାରଣାରେ ମମତା

    କୋଲକାତା: ପଶ୍ଚିମବଙ୍ଗରେ ସିବିଆଇ ଓ ପୁଲିସ ମୁହାଁମୁହିଁ ଘଟଣାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତି ସାରା ଧାରଣା ଦେଇଥିବା ଜଣାଯାଇଛି । ଗତକାଲି କୋଲକାତା ପୁଲିସ କମିଶନର ରାଜୀବ କୁମାରଙ୍କୁ ପଚରାଉଚୁରା କରିବାକୁ ସିବିଆଇ ଅଧିକାରୀ ଯାଇଥିବାବେଳେ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook