Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ‘କାଳିଆ’ ଜୀବନ ରକ୍ଷାକାରୀ ଔଷଧ: ନିରଞ୍ଜନ

    Share on :
    ajab-Image
    Date: Jan 10, 2019    Views: 503

    ଭୁବନେଶ୍ୱର:  କାଳିଆ ଯୋଜନା ହେଉଛି ଜୀବନ ରକ୍ଷାକାରୀ ଔଷଧ । କାଳିଆ ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ।  ମୁଖ୍ୟମନ୍ତ୍ରୀ କାଳିଆକୁ ଜୀବନ ରକ୍ଷାକାରୀ ଔଷଧ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି ।  ଏହାଛଡ଼ା ସେ କହିଛନ୍ତି ଯେ, କାଳିଆ ଯୋଜନାରେ ଆଶାତୀତ ଦୁର୍ନୀତି ହୋଇଛି ।  ୩ଟି ରାଜ୍ୟରେ କଂଗ୍ରେସ ଜିତିବା ପରେ ମୁଖ୍ୟମନ୍ତ୍ରୀ ଭୟଭୀତ ହୋଇଯାଇଛନ୍ତି ।  ସେଥିପାଇଁ ମୁଖ୍ୟମନ୍ତ୍ରୀ କାଳିଆକୁ ଜୀବନ ରକ୍ଷାକାରୀ ଔଷଧ କରିଛନ୍ତି ବୋଲି ନିରଞ୍ଜନ କହିଛନ୍ତି । 

    ସେହିପରି ବାମପନ୍ଥୀ ନେତାଙ୍କ ସହ ଭେଟଘାଟ ସମ୍ପର୍କରେ ନିରଞ୍ଜନ କହିଛନ୍ତି ଯେ,  ଆଜି କେବଳ ନୁହେଁ, ସେମାନେ ବନ୍ଧୁ, ବାରମ୍ବାର ବୈଠକ ହେଉଛି ।  କେନ୍ଦ୍ରରୁ ନିଦେ୍ର୍ଧଶ ଆସିଲେ ଯାହା କରିବା କଥା କରିବୁ ବୋଲି ନିରଞ୍ଜନ କହିଛନ୍ତି ।  

    Maximum 500 characters

    ରାଜନୀତି View all

    Find Us on Facebook