Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ରାହୁଲ ଗାନ୍ଧୀଙ୍କୁ ମହିଳା କମିଶନଙ୍କ ନୋଟିସ

    Share on :
    Date: Jan 10, 2019    Views: 51

    ନୂଆଦିଲ୍ଲୀ:  କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନୋଟିସ ଜାରି କରାଯାଇଛି । ଆଉ ଏହି ନୋଟିସ ଖୋଦ ଜାତୀୟ ମହିଳା କମିଶନ ଜାରି କରିଛନ୍ତି ।  ଜଣେ ମହିଳା ମନ୍ତ୍ରୀଙ୍କ ପ୍ରତି ମନ୍ତବ୍ୟ ନେଇ କମିଶନଙ୍କ ପକ୍ଷରୁ ଏହି ନୋଟିସ ଜାରି କରାଯାଇଛି ।  ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କମିଶନ ଏହି ନୋଟିସ ଜାରି କରିଛନ୍ତି ।  ପ୍ରକାଶ ଯେ, ସଂସଦରେ ରାହୁଲ ଗାନ୍ଧୀ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇଥିଲେ ।  ରାଫେଲ ଆଲୋଚନାବେଳେ ରାହୁଲ ନିର୍ମଳା ସୀତାରମଣଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେଇ କହିଥିଲେ ଯେ,  ପିଏମ ପଳାଇଲେ, ଜଣେ ମହିଳାଙ୍କୁ ଉତ୍ତର ଦେବାକୁ କହିଗଲେ । ଏନେଇ କମିଶନଙ୍କ ପକ୍ଷରୁ ରାହୁଲଙ୍କୁ ନୋଟିସ ଜାରି କରାଯିବା ସହ ଉପଯୁକ୍ତ କାରଣ ଦର୍ଶାଇବାକୁ କହିଥିବା ଜଣାଯାଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook