Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଭୁବନେଶ୍ୱର ଲୋକସଭାରୁ ଲଢିବେ ଅପରାଜିତା !

    Share on :
    Date: Jan 10, 2019    Views: 1065

    ଭୁବନେଶ୍ୱର : କେଉଁଠୁ ଲଢ଼ିବେ ଅପରାଜିତା ଷଡ଼ଙ୍ଗୀ ? ବିଜେପି ରାଜନୀତିରେ ସେ କି ଭୂମିକା ଗ୍ରହଣ କରିବେ ? ଏମିତି ଅନେକ ପ୍ରଶ୍ନ ରାଜନୀତିକ ମହଲରେ ଘୂରିବୁଲୁଛି  । ଏନେଇ ବିଜେପି ଦଳ ପକ୍ଷରୁ ବା ସ୍ୱୟଂ ଅପରାଜିତା କିଛି ସ୍ପଷ୍ଟ କରିନାହାନ୍ତି  । ପୂର୍ବରୁ ସେ ଭୁବନେଶ୍ୱରର କୌଣସି ଏକ ବିଧାନସଭା ଆସନରୁ ଲଢ଼ିବେ ବୋଲି ଚର୍ଚ୍ଚା ହୋଇ ଆସୁଥିଲା  । ତେବେ ଅପରାଜିତାଙ୍କ ରାଜନୀତିକ ଷ୍ଟ୍ରାଟେଜୀକୁ ଲକ୍ଷ୍ୟ କଲେ ସେ ଭୁବନେଶ୍ୱର ଲୋକସଭା ଆସନରୁ ଲଢ଼ିବେ ବୋଲି କୁହାଯାଇପାରେ  ।

    ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀରେ ଆସୁଛି ଜୟଦେବ, ଭୁବନେଶ୍ୱର ମଧ୍ୟ, ଉତର, ଏକାମ୍ର, ଜଟଣୀ, ଖୋର୍ଦ୍ଧା ଓ ବେଗୁନିଆ  । ଅପରାଜିତା ବିଜେପିରେ ଯୋଗଦେବା ପରଠାରୁ ଏହି ସବୁ ନିର୍ବାଚନମଣ୍ଡଳୀ ଉପରେ ଫୋକସ କରୁଛନ୍ତି  । ଏହି ନିର୍ବାଚନମଣ୍ଡଳୀଗୁଡ଼ିକର ବିଭିନ୍ନ ଅଂଚଳ ସେ ଗସ୍ତ କରି ଲୋକଙ୍କ ସହ ମିଶୁଥିବା ଲକ୍ଷ୍ୟ କରାଯାଉଛି  । ଅର୍ଥାତ ସେ ଭୁବନେଶ୍ୱର ଲୋକସଭାରୁ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି  । ଜୟଦେବ ବିଜୁ ଯୁବବାହିନୀର ସଭ୍ୟମାନଙ୍କୁ ମଧ୍ୟ ସେ ବିଜେପିରେ ମିଶ୍ରଣ କରିବାରେ ସମର୍ଥ ହୋଇଛନ୍ତି  । ଏତଦବ୍ୟତୀତ ପ୍ରତିଦିନ ସେ ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କୌଣସି ନା କୌଣସି ଅଂଚଳରେ ଜନସମ୍ପର୍କ କରୁଥିବା ଦେଖିବାକୁ ମିଳୁଛି  । 

    ଏହି ପରିପ୍ରେକ୍ଷୀରେ କେତେକ ରାଜନୀତିକ ଦିଗ ଉପରେ ବି ଦୃଷ୍ଟିନିବଦ୍ଧ କରାଯାଇପାରେ  । ପ୍ରଥମେ ଅପରାଜିତାଙ୍କୁ ରାଜ୍ୟ ବିଜେପିର ବିକଳ୍ପ ନେତା ବୋଲି ବେଶ ପ୍ରଚାରିତ ହୋଇଥିଲା  । କିନ୍ତୁ ଖୋର୍ଦ୍ଧା ବରୁଣେଇ ସମାବେଶରେ ଅପରାଜିତାଙ୍କୁ ଯେଭଳି ଗୁରୁତ୍ୱ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା ସେଭଳି କିଛି ହୋଇନଥିଲା  । ଖାଲି ସେତିକିନୁହେଁ ଖୋର୍ଦ୍ଧାରେ ଦୁଇଗୋଷ୍ଠୀଙ୍କ କଳି ନେଇ ମଧ୍ୟ ସେ ଖୁବ ବର୍ଷିଥିଲେ  । ଏକାଠି ଯଦି ନଲଢ଼ିବେ ତେବେ ଦଳ ଛାଡ଼ିଦିଅ ବୋଲି ବି କହିଥିଲେ  । ତାହାକୁ ନେଇ ମଧ୍ୟ ରାଜ୍ୟ ବିଜେପିରେ ବେଶ ଚର୍ଚ୍ଚା ସୃଷ୍ଟି ହୋଇଥିଲା  । କିନ୍ତୁ ଖୋର୍ଦ୍ଧା ସମାବେଶ ପରେପରେ ଅପରାଜିତାଙ୍କୁ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବାରବାର ସାମ୍ବାଦିକ ସମ୍ମିଳନୀ କରିଥିବା ଦେଖିବାକୁ ମିଳିଛି  । 

    Maximum 500 characters

    ରାଜନୀତି View all

    Find Us on Facebook