Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅଯୋଧ୍ୟା ଶୁଣାଣୀରୁ ଓହରିଲେ ବିଚାରପତି, ୨୯ରେ ନୂଆ ବେଂଚ କରିବେ ଶୁଣାଣୀ

    Share on :
    Date: Jan 10, 2019    Views: 79

    ନୂଆଦିଲ୍ଲୀ : ପୁଣି ଅଯୋଧ୍ୟା ମାମଲାର ଶୁଣାଣୀ ଘୁଂଚିଯାଇଛି  । ଆସନ୍ତା ୨୯ରେ ସୁପ୍ରିମକୋର୍ଟଙ୍କ ନୂଆ ବେଂଚରେ ମାମଲାର ଶୁଣାଣୀ ହେବ  । ଆଜି ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଂଚ ଜଣିଆ ଖଣ୍ଡପୀଠ ଅଯୋଧ୍ୟା ମାମଲାର ଶୁଣାଣୀ ଆରମ୍ଭ କରିଥିଲେ  । ତେବେ ଏସଂକ୍ରାନ୍ତୀୟ ମାମଲାରେ ସେ ପୂର୍ବରୁ ଓକିଲ ଭାବେ ଲଢ଼ିଥିବାରୁ ଜଷ୍ଟିସ ୟୁୟୁ ଲଳିତ ଅଯୋଧ୍ୟା ଶୁଣାଣୀରୁ ଓହରି ଯାଇଥିଲେ  । ଜଷ୍ଟିସ ଲଳିତ ପୂର୍ବରୁ କଲ୍ୟାଣ ସିଂହଙ୍କ ପାଇଁ ମାମଲା ପରିଚାଳନା କରୁଥିଲେ  । ଏହି କଥା ମନେପକାଇ ମୁସଲିମମାନଙ୍କ ପକ୍ଷରୁ ଲଢ଼ୁଥିବା ଆଇନଜୀବୀ ଆପତି ଉଠାଇଥିଲେ  । ଫଳରେ ଲଳିତ ଶୁଣାଣୀରୁ  ଓହରି ଯାଇଥିଲେ  । ତେଣୁ ସୁପ୍ରିମକୋର୍ଟ ମାମଲା ଶୁଣାଣୀକୁ ସ୍ଥଗିତ ରଖିବା ସହ ନୂତନ ବେଂଚ ଗଠନ କରିବେ ବୋଲି କହିଛନ୍ତି  । ନୂଆ ବେଂଚରେ ୨୯ରେ ଏହି ମାମଲାର ଶୁଣାଣୀ କରାଯିବ  ।

    ୬ ଦଶନ୍ଧି ଧରି ଅଯୋଧ୍ୟା ମାମଲାର ଅନ୍ତ ଘଟୁନଥିବାବେଳେ ଏହାକୁ ନେଇ ଜାତୀୟ ରାଜନୀତି ମଧ୍ୟ ବେଶ ସରଗରମ ରହିଛି  । ଏହି ମାମଲାର ଶୁଣାଣୀ ଉପରେ ସମସ୍ତଙ୍କ ନିଘା ରହିଥିବାବେଳେ ଶୁଣାଣୀ ସ୍ଥଗିତ ରହିଥିବାରୁ ଅନେକ ନିରାଶ ହୋଇଛନ୍ତି  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook