Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜନୈତିକ ସ୍ଥିରତା ଓଡ଼ିଶା ପାଇଁ ସୁଯୋଗ ସୃଷ୍ଟି କରିଛି

    Share on :
    Date: Jan 10, 2019    Views: 95

    ଚଳିତ ବର୍ଷ ଶେଷ ସୁଦ୍ଧା ରିପୋର୍ଟ ଦେବେ କମିଶନ
    ଭୁବନେଶ୍ୱର : ଗରିବୀ ଓ କମ୍ ମୁଣ୍ଡପିଛା ଆୟ ଭଳି ଆହ୍ୱାନ ସତ୍ୱେ ରାଜନୈତିକ ସ୍ଥିରତା ଓ ଅନ୍ୟ କାରକଗୁଡ଼ିକ ଓଡ଼ିଶା ପାଇଁ ସୁଯୋଗ ସୃଷ୍ଟି କରିଛି  । ସେହିପରି ଋଣ ଛାଡ଼ର ବିକଳ୍ପ ଭାବେ ‘କାଳିଆ’ ଯୋଜନା ଏକ ଭଲ ପଦକ୍ଷେପ  । ସଠିକ ହିତାଧିକାରୀଙ୍କୁ ଚୟନ କରି ଯୋଜନାର ସୁଫଳ ପହଁଚାଇ ପାରିଲେ ଚାଷୀଙ୍କ ବିକାଶ ହୋଇପାରିବ  । ପଂଚଦଶ ଅର୍ଥ ଆୟୋଗ ଅଧ୍ୟକ୍ଷ ଏନକେ ସିଂହ ରାଜ୍ୟ ସରକାରଙ୍କୁ ପ୍ରଶଂସା କରି ଏହା କହିଛନ୍ତି  । ସେହିପରି ରାଜ୍ୟର ସାମଗ୍ରୀକ ଅର୍ଥନୀତିକୁ ବିଶ୍ଲେଷଣ କରି ଅନେକ କ୍ଷେତ୍ରରେ ରାଜ୍ୟ ପ୍ରଗତି କରିପାରିଛି ବୋଲି ସେ ଦର୍ଶାଇଥିବାବେଳେ କେତେକ ସାମାଜିକ କ୍ଷେତ୍ରରେ ଆହୁରି ଭଲ ହେବାର ଆବଶ୍ୟକତା ରହିଛି ବୋଲି ମତ ଦେଇଛନ୍ତି  ।

    ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ କହିଲେଯେ, ଦୁଇଦିନ ଧରି ସେ ରାଜ୍ୟର ବହୁ ବୁଦ୍ଧିଜୀବୀ, ରାଜନୈତିକ ଦଳ, ସରକାରୀ ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି  । ଇତିମଧ୍ୟରେ କମିଶନ ୧୬ଟି ରାଜ୍ୟ ଯାଇସାରିଥିବାବେଳେ ଚଳିତ ବର୍ଷ ଶେଷ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ  । ୨୦୨୦ରୁ ୨୦୨୫ ପାଇଁ କମିଶନ ପରାମର୍ଶ ପ୍ରଦାନ କରିବେ  । ରାଜ୍ୟରେ ରାଜନୈତିକ ସ୍ଥିରତା ପାଇଁ ଅନେକ କ୍ଷେତ୍ରରେ ସେ ବିକାଶ ଦେଖିବାକୁ ପାଇଥିଲେ  । ରାଜ୍ୟରେ ଗରିବୀ ଉଲ୍ଲେଖନୀୟ ଭାବେ ହ୍ରାସ ପାଇଥିଲେ ମଧ୍ୟ ଜାତୀୟ ହାରଠାରୁ ତାହା କମ୍ ରହିଛି  । ସେହିପରି ମୁଣ୍ଡପିଛା ଆୟ କ୍ଷେତ୍ରରେ ମଧ୍ୟ ବହୁ ବାଟ ଯିବାକୁ ଅଛି ବୋଲି ସେ କହିଥିଲେ  । ସ୍ୱାସ୍ଥ୍ୟକ୍ଷେତ୍ରରେ କେତେକ ବିକାଶ ହୋଇଥିଲେ ମଧ୍ୟ ଡାକ୍ତର ଅଭାବକୁ ନେଇ ସେ ଉଦବେଗ ପ୍ରକାଶ କରିଥିଲେ  । ରାଜ୍ୟର ଅଭିବୃଦ୍ଧି ସଂକ୍ରାନ୍ତରେ ଶ୍ରୀ ସିଂହ କହିଥିଲେଯେ, ଓଡିଶା ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି  । ତେବେ ଅଭିବୃଦ୍ଧିରେ ସ୍ଥିରତା ରହୁନାହିଁ  । ଉଚ୍ଚ ଅଭିବୃଦ୍ଧିକୁ ବଜାୟ ରଖିବା ପାଇଁ ପ୍ରୟାସ ହେବା ଦରକାର ବୋଲି ସେ କହିଛନ୍ତି  । ଦେଶର ୭୨% ଖଣିଜ ସମ୍ପଦ ଓଡ଼ିଶାରେ ଥିଲେ ମଧ୍ୟ ନିର୍ମାଣ କ୍ଷେତ୍ରର ବିକାଶ ମଧ୍ୟମ ଧରଣର ରିଛି  । ତେବେ ରାଜ୍ୟ ସରକାରଙ୍କ ଆର୍ଥିକ ପରିଚାଳନାକୁ  ସେ ଭୂୟସୀ ପ୍ରଶଂସା କରିଥିଲେ  । ସେହିପରି ବିପର୍ଯ୍ୟୟ ପରିଚାଳନାରେ ରାଜ୍ୟ ବିଶ୍ୱମାନକ ସ୍ଥାପନ କରିପାରିଛି  । ଓଡ଼ିଶା ସମତୁଲ ଆର୍ଥିକ ବିକାଶ କରୁଛି ବୋଲି ଶ୍ରୀ ସିଂହ କହିଛନ୍ତି  । କୃଷକଙ୍କ ପାଇଁ ହୋଇଥିବା ନୂଆ ଯୋଜନାକୁ ମଧ୍ୟ ସେ ପ୍ରଶଂସା କରିଥିଲେ  ।

    ଅପରପକ୍ଷରେ କମିଶନଙ୍କ ସଦସ୍ୟ ଡକ୍ଟର ଅଶୋକ ଲାହିରୀ, ଅନୁପ ସିଂହ, ରମେଶ ଚାନ୍ଦ ପ୍ରମୁଖ ସରକାରଙ୍କୁ ପ୍ରଶଂସା କରିଥିଲେ  । ଏହି ଅବକାଶରେ ଶ୍ରୀ ଚାନ୍ଦ ନିଜର ସ୍ମୃତି ଚାରଣ କରିଥିଲେ  । ସେ କହିଥିଲେଯେ, ୧୯୮୪ରେ ସେ ଭୁବନେଶ୍ୱର ଆସିଥିଲେ  । ହେଲେ ନିଜର ୧ ବର୍ଷର ପୁଅ ପାଇଁ କ୍ଷୀର ପ୍ୟାକେଟଟିଏ ପାଇନଥିଲେ  । ଆଜି କିନ୍ତୁ ଭୁବନେଶ୍ୱର ପୂରା ବଦଳିଯାଇଛି ବୋଲି ସେ କହିଥିଲେ  । ସେହିପରି ଖାଦ୍ୟ ଉପôାଦନ ବୃଦ୍ଧିକୁ ମଧ୍ୟ ସେ ପ୍ରଶଂସା କରିଥିଲେ  । 

    କମିଶନଙ୍କ ସଦସ୍ୟ ଅରବିନ୍ଦ ମେହେଟ୍ଟା କହିଥିଲେଯେ, ଯେଉଁ ହାରରେ ଗରିବୀ ହ୍ରାସ ପାଉଛି ତାହା ଯଦି ଜାରି ରହେ ତେବେ ୨୦୨୫ ବେଳକୁ ରାଜ୍ୟ ଗରିବୀ ମୁକ୍ତ ହୋଇପାରିବ  ।
    ସାମ୍ବାଦିକମାନଙ୍କ ବିଭିନ୍ନ ପ୍ରଶ୍ନର ଉତରରେ ପଂଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ଶ୍ରୀ ସିଂହ କହିଲେଯେ, ଅର୍ଥ କମିଶନଙ୍କ ଟର୍ମ ଅଫ ରେଫେରେନ୍ସରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନେଇ ଉଲ୍ଲେଖ କରାଯାଇନାହିଁ  । ତେବେ ରାଜ୍ୟର ବିତୀୟ ସ୍ଥିତିକୁ ଦେଖି ସ୍ୱତନ୍ତ୍ର ପ୍ୟାକେଜ ଦିଆଯାଇପାରିବ  । ୯୦ : ୧୦ ଅନୁପାତରେ ଅନୁଦାନ ମଧ୍ୟ ଦିଆଯାଇପାରିବ ବୋଲି ସେ କହିଥିଲେ  । ସେହିପରି ରାଜ୍ୟ ଭିତିକ କେତେକ ପ୍ରସଙ୍ଗରେ ଆର୍ଥିକ ସ୍ୱାୟତତା ମଧ୍ୟ ଦିଆଯାଇପାରେ ବୋଲି ସେ କହିଥିଲେ  ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook