Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୮.୨୪ ଲକ୍ଷ କୋଟି ଦାବି କଲା ଓଡ଼ିଶା

    Share on :
    Date: Jan 10, 2019    Views: 49

    ଭୁବନେଶ୍ୱର : ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ଓଡ଼ିଶା ୮ କୋଟି ୨୪ ଲକ୍ଷ ୬୪୪ କୋଟି ଟଙ୍କାର ଦାବି ଉପସ୍ଥାପନ କରିଛି  । ତନ୍ମଧ୍ୟରୁ ପ୍ରି ଡିଭୋଲୁ୍ୟସନ ବିତୀୟ ନିଅଂଟ ବାବଦରେ ୬ ଲକ୍ଷ ୭୧ ହଜାର ୩୬୫ କୋଟି ଟଙ୍କାର ଦାବି ଉପସ୍ଥାପନ କରାଯାଇଛି  । ଅପରପକ୍ଷରେ ରାଜ୍ୟଭିତିକ ଆବଶ୍ୟକତା ପାଇଁ ୮୭୫୨୦ କୋଟିର ଦାବି କରାଯାଇଥିବାବେଳେ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ବାବଦରେ ୧୧୮୭୫ କୋଟି ଟଙ୍କା ଓ ସ୍ଥାନୀୟ ନିକାୟ ସଂସ୍ଥାକୁ ଅନୁଦାନ ବାବଦରେ ୫୩୮୮୪ କୋଟି ଟଙ୍କା ଦାବି କରାଯାଇଛି  । ୨୦୨୦ରୁ ୨୦୨୫ ପର୍ଯ୍ୟନ୍ତ ରାଜ୍ୟର ଆବଶ୍ୟକତା ପାଇଁ ଏହି ଅର୍ଥ ଦାବି କରାଯାଇଛି  ।

    ସୂଚନାଯୋଗ୍ୟଯେ, ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ନିକଟରେ ରାଜ୍ୟ ସରକାର ୪ ଲକ୍ଷ ୫୯ ହଜାର ୮୩୯ କୋଟି ଟଙ୍କାର ଦାବି ଉପସ୍ଥାପନ କରିଥିଲେ  । ଯେତେବେଳେକି ପଂଚଦଶ ଅର୍ଥ କମିଶନଙ୍କ ନିକଟରେ ପୂର୍ବାପେକ୍ଷା ପ୍ରାୟ ଦୁଇଗୁଣା ଅର୍ଥ ଦାବି କରାଯାଇଛି  । ତେବେ ଚତୁର୍ଦ୍ଧଶ ଅର୍ଥ କମିଶନ ଅନୁଦାନ ବାବଦରେ ରାଜ୍ୟକୁ ୧ ଲକ୍ଷ ୮୪ ହଜାର କୋଟି ଟଙ୍କା ମିଳିଥିଲା  । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଦିଗଟି ହେଉଛି ଚତୁର୍ଦ୍ଧଶ ଅର୍ଥ କମିଶନ ୨୦୧୧ ଜନଗଣନା ଆଧାରରେ କେଉଁ ରାଜ୍ୟ କେତେ ଅନୁଦାନ ପାଇବ ତାହା ଧାର୍ଯ୍ୟ କରିଥିଲେ  । ଯାହାଫଳରେ ଜନସଂଖ୍ୟା ନିୟନ୍ତ୍ରଣ କରିବାରେ ସମର୍ଥ ହୋଇଥିବା ଓଡ଼ିଶା ଭଳି ଦକ୍ଷିଣ ଭାରତର କେତେକ ରାଜ୍ୟ କ୍ଷତିଗ୍ରସ୍ତ ହୋଇଥିଲେ  । ୧୯୭୧ରେ ଦେଶ ଜନସଂଖ୍ୟାରେ ଓଡ଼ିଶାର ଅଂଶ ୪.୦୪% ଥିବାବେଳେ ୨୦୧୧ରେ ତାହା ୩.୫୩%କୁ ହ୍ରାସ ପାଇଥିଲା  । ଫଳରେ ପୂର୍ବରୁ ଡିଭିଜବଲ ପୁଲରୁ ଓଡ଼ିଶାର ଅଂଶ ୪.୭୭% ଥିବାବେଳେ ଚତୁର୍ଦ୍ଧଶ ଅର୍ଥ କମିଶନଙ୍କ ବେଳେ ତାହା ୪.୬୪%କୁ କମି ଯାଇଥିଲା  । ଯେଉଁଥିପାଇଁ ରାଜ୍ୟକୁ ପ୍ରାୟ ୪ ହଜାର କୋଟି ହରାଇବାକୁ ପଡିଥିଲା  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook