Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘କାଳିଆ’ ଯୋଜନା : ଆବେଦନ ସମୟ ସୀମା ଜାନୁଆରୀ ୧୫କୁ ବୃଦ୍ଧି

    Share on :
    Date: Jan 9, 2019    Views: 85

    ଭୁବନେଶ୍ୱର : କାଳିଆ ଯୋଜନାର ଆବେଦନ ସମୟ ସୀମା ବୃଦ୍ଧି କରାଯାଇଛି  । ଫର୍ମ ଦାଖଲର ଅବଧି ଜାନୁଆରୀ ୧୦ ବଦଳରେ ଜାନୁଆରୀ ୧୫କୁ ଘୁଂଚାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଦେ୍ର୍ଧଶ ଦେଇଛନ୍ତି  ।

    କାଳିଆ ଯୋଜନାର କାର୍ଯ୍ୟକାରିତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ  । ଏହି ଯୋଜନାରେ ସାମିଲ ହେବା ପାଇଁ ଚାଷୀମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଆବେଦନ ଫର୍ମ ଦାଖଲର ଶେଷ ତାରିଖ ଜାନୁଆରୀ ୧୦ରୁ ଜାନୁଆରୀ ୧୫କୁ ଘୁଂଚାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି  । ସେହିପରି ଦ୍ୱିତୀୟ ପର୍ଯ୍ୟାୟର ଆବେଦନ ଜାନୁଆରୀ ୨୫ରୁ ଆରମ୍ଭ ହୋଇ ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ ବୋଲି ବୈଠକରେ ନିଷ୍ପତି ନିଆଯାଇଛି  । ଆବଶ୍ୟକସ୍ଥଳେ ତୃତୀୟ ପର୍ଯ୍ୟାୟ ଆବେଦନ ପାଇଁ ପରବର୍ତୀ ସମୟରେ ନିଷ୍ପତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି  । କାଳିଆ ଯୋଜନାରୁ ଯେଭଳି ଜଣେ ବି ଯୋଗ୍ୟ ଚାଷୀ ବାଦ ନପଡେ଼ ସେଥିପ୍ରତି ବିଶେଷ ଯନôବାନ ହେବାପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook