Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ରାଜ୍ୟ ସରକାରଙ୍କୁ ଅର୍ଥ କମିଶନ ଅଧ୍ୟକ୍ଷଙ୍କ ପ୍ରଶଂସା

    Share on :
    Date: Jan 9, 2019    Views: 227

    ଭୁବନେଶ୍ୱର: ରାଜ୍ୟ ସରକାରଙ୍କୁ ପଞ୍ଚଦଶ ଅର୍ଥ କମିଶନ ଅଧ୍ୟକ୍ଷ ନନ୍ଦକିଶୋର ସିଂହ ପ୍ରଶଂସା କରିଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସିଂହ ଓଡ଼ିଶା ସରକାରଙ୍କୁ ପ୍ରଶଂସା କରିବା ସହ କିଛି ପରାମର୍ଶ ମଧ୍ୟ ଦେଇଛନ୍ତି ।  ଓଡ଼ିଶା ସରକାରଙ୍କ ଆର୍ଥିକ ପରିଚାଳନା ଓ ବିପର୍ଯ୍ୟୟ ମୁକାବିଲାକୁ ଶ୍ରୀ ସିଂହ ପ୍ରଶଂସା କରିଛନ୍ତି ।  ସେହିପରି ଦାରିଦ୍ର୍ୟ ଦୂରୀକରଣରେ ଓଡ଼ିଶା ଯଥେଷ୍ଟ ଅଗ୍ରଗତି କରିଛି ବୋଲି ଶ୍ରୀ ସିଂହ କହିଛନ୍ତି । ତେବେ ମୁଣ୍ଡପିଛା ଆୟରେ ଅଗ୍ରଗତି ହୋଇଥିଲେ ହେଁ ଜାତୀୟ ହାର ଠାରୁ ତଥାପି ଦୂରରେ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କୁ ଏଦିଗରେ କିଛି ଆହୁରି ଅନେକ କିଛି କରିବାକୁ ପଡ଼ିବ ବୋଲି ଶ୍ରୀ ସିଂହ କହିଛନ୍ତି । 

    ସେହିପରି ଶ୍ରୀ ସିଂହ କହିଛନ୍ତି ଯେ, ଓଡ଼ିଶାରେ ମେଡିକାଲ କଲେଜ ଓ ଅଧିକ ଡାକ୍ତରର ଆବଶ୍ୟକତା ରହିଛି ।  ଜଣେ ଡାକ୍ତରଙ୍କୁ ୮/୧୦ ହଜାର ଲୋକ, ଭଲ ସୂଚନା ନୁହେଁ । ଡାକ୍ତର, ପାରାମେଡିକାଲ ଷ୍ଟାଫ ପର୍ଯ୍ୟାପ୍ତ ନାହାନ୍ତି,  ଅଧିକ ଦରକାର । ଶିକ୍ଷା କ୍ଷେତ୍ରରେ ଅଗ୍ରଗତି ହୋଇଛି, ତଥାପି ଏ ଦିଗରେ ଅଗ୍ରଗତି ଦରକାର ।  ଜାତୀୟ ହାର ତୁଳନାରେ ୨ ବର୍ଷ ହେଲା ବିକାଶର ହାର ଭଲ ନାହିଁ । 

    ତେବେ ପ୍ରାକୃତିକ ବିପର୍ଯ୍ୟୟ ବିକାଶ ହାରରେ ବାଧାର କାରଣ ହୋଇପାରେ । ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ଉଲ୍ଲେଖନୀୟ କାର୍ଯ୍ୟ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook