Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ପ୍ରେମିକର ହୃଦୟ ଚୋରି କଲା ପ୍ରେମିକା, ଥାନାରେ ଅଭିଯୋଗ

    Share on :
    Date: Jan 9, 2019    Views: 71

    ମୁମ୍ବାଇ: ଅଜବ ଲାଗୁଥିଲେ ବି ସତକଥା । ପୁଲିସ ବହୁ ଚୋରି ଅଭିଯୋଗ ପାଇ କାର୍ଯ୍ୟାନୁଷ୍ଠାନ ନେଇ ପାରୁଥିଲେ ମଧ୍ୟ ହୃଦୟ ଚୋରି କଥା ପ୍ରଥମଥର ପାଇଁ ଅଭିଯୋଗ ପୁଲିସ ପାଇଛି । ଏପରି ଏକ ଅଭିଯୋଗ ହୋଇଛି ମହାରାଷ୍ଟ୍ରର ନାଗପୁରରେ । ଜନୈକ ଯୁବକ ଥାନାକୁ ଆସି ତାଙ୍କର ହୃଦୟକୁ ଜଣେ ଯୁବତୀ ଚୋରି କରିନେଇଥିବା ଅଭିଯୋଗ କରିଥିଲେ । ପୁଲିସ ଅଭିଯୋଗଟି ଶୁଣିବା ପରେ ତାଜୁବ ହୋଇଯାଇଥିଲେ । ଯୁବକ ଜଣଙ୍କ ତାଙ୍କର ହୃଦୟ ଚୋରି କରିନେଇଥିବା ଝିଅ ପ୍ରତି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅଭିଯୋଗ କରିଥିଲେ । ଏପରି ଅଭିଯୋଗ ପାଇଁ ପୁଲିସ ଅଡ଼ୁଆରେ ପଡ଼ିଯାଇଥିଲା । ଫଳରେ ବାଧ୍ୟ ହୋଇ ସଂପୃକ୍ତ ଥାନା ଅଧିକାରୀ ଜଣକ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ଏହି ଘଟଣା ନେଇ ବହୁ ତର୍ଜମା ହୋଇଥିଲା । ତେବେ ଶେଷର ଭାରତର ଦଣ୍ଡବିଧାନ ବ୍ୟବସ୍ଥାରେ ଏପରି ହୃଦୟ ଚୋରି ନେଇ କୌଣସି ଆଇନ ନଥିବା ଜାଣିବାକୁ ପାଇଥିଲା ପୁଲିସ । ବାଧ୍ୟ ହୋଇ ଯୁବକ ଜଣଙ୍କୁ ଆଇନ ନଥିବା କହି ଫେରାଇ ଦେଇଥିଲେ । ଯୁବକ ଜଣକ ଥାନାରୁ ନିରାଶ ହୋଇ ଫେରିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook