Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ସିଟ ବୁଝାମଣା ହେବ: ନିରଞ୍ଜନ

    Share on :
    Date: Jan 9, 2019    Views: 813

    ଭୁବନେଶ୍ୱର: ଆଗାମୀ ସାଧାରଣ ନିର୍ବାଚନରେ  କଂଗ୍ରେସ ଆସନ ବୁଝାମଣା କରିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ତେବେ ଏହି ଅବସରରେ କେତେ ଆସନ ପାଇଁ ପ୍ରାର୍ଥୀ ଚୟନ ହେଲାଣି ବୋଲି ପ୍ରଶ୍ନରେ ନିରଞ୍ଜନ ଉତ୍ତର ଦେଇ କହିଛନ୍ତି ଯେ,  ମୋଟ ସିଟ ତ ୧୪୭ ଅଛି । କିଛି ଜାଗାରେ ଆଡଜଷ୍ଟ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

    ତେବେ ଆଗାମୀ ନିର୍ବାଚନରେ କେଉଁ ଦଳ ସହ କଂଗ୍ରେସ ସିଟ ବୁଝାମଣା କରିବ ସେନେଇ ଶ୍ରୀ ପଟ୍ଟନାୟକ କିଛି ସ୍ପଷ୍ଟ କରିନାହାନ୍ତି । 

    ଅନ୍ୟପକ୍ଷରେ କଂଗ୍ରେସ ଆଗୁଆ ପ୍ରାର୍ଥୀ ଦେବ ବୋଲି ପୂର୍ବରୁ ପିସିସ ସଭାପତି ନିରଞ୍ଜନ ପଟ୍ଟନାୟକ ଓ ପ୍ରଭାରୀ ଜିତେନ୍ଦ୍ର ସିଂହ ଘୋଷଣା କରିଥିଲେ ହେଁ କ’ଣ ପାଇଁ ଏଥିରେ ବିଳମ୍ବ ହେଉଛି ସେନେଇ ରାଜନୈତିକ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେବେ  କାଳେ ଆଗୁଆ ପ୍ରାର୍ଥୀ ଘୋଷଣା କଲେ ବିଜେଡି ଓ ବିଜେପି ସେମାନଙ୍କ ପ୍ରାର୍ଥୀଙ୍କୁ ନିଜ ଆଡ଼କୁ ଟାଣିନେଇଯିବେ କି? କାଳେ କୌଣସି ପ୍ରଲୋଭନର ଶିକାର ହୋଇ କଂଗ୍ରେସର ପ୍ରାର୍ଥୀ ଲଢିବାକୁ ମନା କରିଦେବେ କି? ଯଦି ପ୍ରାର୍ଥୀ ତାଲିକା ଆଗୁଆ ପ୍ରକାଶ କରାଯାଏ, ଅନ୍ୟ ଆଶାୟୀମାନେ ଦଳ ଛାଡ଼ି ଦେବେ କି? ଏମିତି ଅନେକ ଆଶଙ୍କା ରହିଥିବାରୁ ଆଗୁଆ ପ୍ରାର୍ଥୀ ଘୋଷଣା କରିବାକୁ କଂଗ୍ରେସ ଡରୁଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । 

    Read more

    ମୋଦିଙ୍କ ପାଖ ଲୋକ ହେବାକୁ ନବୀନ ଚେଷ୍ଟା କରୁଛନ୍ତି: ନିରଞ୍ଜନ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା କରୁଛନ୍ତି । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆୟୁଷ୍ମାନ ଯୋଜନା ନେଇ ନବୀନ କେନ୍ଦ୍ରୀୟ ଅଧିକାରୀଙ୍କ ସହ ...

    Read more

    କମ ଆସନ ପାଇଁ ଆମେ ନିଜେ ଦାୟୀ: ନିରଞ୍ଜନ

    ଭୁବନେଶ୍ବର: ଏକଜିଟ ପୋଲକୁ ବିଶ୍ୱାସଯୋଗ୍ୟ କହିହେବନାହିଁ ।   ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ହିଁ ଦାୟୀ ।  ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତେବେ  ଆମେ ...

    Read more

    ଖୋର୍ଦ୍ଧା ଘଟଣାକୁ ନିରଞ୍ଜନଙ୍କ ନିନ୍ଦା

    ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ଏହା ବିଜେଡିର ହତାଶାର ପରିଭାଷା । ଆଗାମୀ ସାଧାରଣ ନିର୍ବାଚନରେ ପରାଜୟ ...

    Maximum 500 characters

    ରାଜନୀତି View all

    Find Us on Facebook