Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସାଧାରଣବର୍ଗ ଗରିବ ସଂରକ୍ଷଣ ବିଲ ରାଜ୍ୟସଭାରେ ଆଗତ

    Share on :
    Date: Jan 9, 2019    Views: 67

    ନୂଆଦିଲ୍ଲୀ: ସାଧାରଣବର୍ଗ ଗରିବଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ସମ୍ବନ୍ଧିତ ୧୨୪ତମ ସମ୍ବିଧାନ ସଂଶୋଧନ  ବିଧେୟକ ମଙ୍ଗଳବାର ଲୋକସଭାରେ ପାରିତ ହେବା ପରେ ବୁଧବାର ରାଜ୍ୟସଭାରେ ଆଗତ ହୋଇଛି । ସାମାଜିକ ଓ ନ୍ୟାୟ ମନ୍ତ୍ରୀ ଥୱରଚାନ୍ଦ ଗେହଲଟ ଉକ୍ତ ବିଲକୁ ଆଗତ କରିଛନ୍ତି ।  ଉଭୟ ଗୃହରେ ପାରିତ ହେବା ପରେ ଏକ ଚତୁର୍ଥାଂଶ ରାଜ୍ୟର ସ୍ୱିକୃତୀ ପାଇଲେ ଏହି ବିଧେୟକ ଆଇନରେ ପରିଣତ ହେବ ।  ତେବେ ଏନେଇ ରାଜ୍ୟସଭାରେ ଆଜି ଦେଖିବାକୁ ମିଳିବ ବଡ଼ ବିତର୍କ । ଉକ୍ତ ବିଲ ଉପରେ ୮ଘଣ୍ଟା ଧରି ଚର୍ଚ୍ଚା ଚାଲିବ । ଦିନ ୨ଟାରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଥିବାବେଳେ ଏହା ରାତି ୧୦ ପର୍ଯ୍ୟନ୍ତ ଚାଲିବ ।

    ଲୋକସଭାରେ ଏହି ସମ୍ବିଧାନ ସଂଶୋଧନ ବିଲ ସପକ୍ଷରେ ୩୨୩ଟି ଭୋଟ ମିଳିଥିବାବେଳେ ବିପକ୍ଷରେ ମାତ୍ର ୩ଟି ଭୋଟ ମିଳିଥିଲା । ଏହି ବିଲର ବ୍ୟବସ୍ଥା ଅନୁସାରେ ସରକାରୀ ଓ ବେସରକାରୀ କ୍ଷେତ୍ରରେ ସାଧାରଣବର୍ଗଙ୍କ ପାଇଁ ୧୦ ପ୍ରତିଶତ ସଂରକ୍ଷଣ  ବ୍ୟବସ୍ଥା ରହିଛି । 

    Read more

    ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

    ଭୁବନେଶ୍ୱର: ରାଜ୍ୟସଭା ଉପନିର୍ବାଚନ ପ୍ରକାଶ ପାଇଲା ବିଜ୍ଞପ୍ତି । ୩ଟି ରାଜ୍ୟସଭା ଆସନ ପାଇଁ ଆସନ୍ତା ୫ ତାରିଖରେ ଉପନିର୍ବାଚନ ହେବ । ଆଜିଠୁ ନାମାଙ୍କନ ଦାଖଲ କରିବେ ପ୍ରାର୍ଥୀ । ଏହା ୨୫ ତାରିଖ ଯାଏଁ ଚାଲିବ । ଉପନିର୍ବାଚନ ପାଇଁ ବରିଷ୍ଠ ଓଏଏସ ଅଫିସର ...

    Read more

    ଜୁଲାଇ ୫ରେ ରାଜ୍ୟସଭା ଉପନିର୍ବାଚନ

    ଭୁବନେଶ୍ୱର :   ଓଡ଼ିଶାରେ ଖାଲି ହୋଇଥିବା ୪ ରାଜ୍ୟସଭା ଆସନ ମଧ୍ୟରୁ ତିନିଟି ରାଜ୍ୟସଭା ଆସନ ପାଇଁ ଉପନିର୍ବାଚନ ହେବ । ଆଜି ନିର୍ବାଚନ କମିଶନ ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି । ଅଚୁ୍ୟତ ସାମନ୍ତ ଓ ଅନୁଭବ ମହାନ୍ତି ଲୋକସଭାକୁ ଏବଂ ପ୍ରତାପ ଦେବ ଓ ...

    Read more

    ଜାନୁଆରୀ ୨ ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ

    ନୂଆଦିଲ୍ଲୀ: ବହୁ ଚର୍ଚ୍ଚିତ ତିନି ତଲାକ ବିଲ ଆଜି ରାଜ୍ୟ ସଭାରେ ଆଗତବେଳେ ପ୍ରବଳ ହଟ୍ଟଗୋଳ ହୋଇଛି । ଫଳରେ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲକୁ ଆଗତ କରିଥିଲେ । ଗତ ଗୁରୁବାର ଲୋକସଭାରେ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook