Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ମାର୍ଚ୍ଚ ୨୩ରୁ ଆଇପିଏଲ: ସବୁ ମ୍ୟାଚ ଭାରତରେ

    Share on :
    Date: Jan 9, 2019    Views: 61

    ମୁମ୍ବାଇ: ଆସନ୍ତା ମାର୍ଚ୍ଚ ୨୩ ତାରିଖରୁ ଇଣ୍ଡିଆନ ପି୍ରମିୟର ଲିଗ (ଆଇପିଏଲ)ର ଦ୍ୱାଦଶ ସଂସ୍କରଣ ଆରମ୍ଭ ହେବ ବୋଲି ବିସିସିଆଇ ପକ୍ଷରୁ ଘୋଷଣା କରାଯାଇଛି । ଏହାର ସମସ୍ତ ମ୍ୟାଚ ଭାରତରେ ଖେଳାଯିବ ବୋଲି ବିସିସିଆଇ କମିଟି ଘୋଷଣା କରିଛି । ଆସନ୍ତା ଏପି୍ରଲ-ମେ’ରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ଆଇପିଏଲ୍ ଦେଶରେ ଆୟୋଜିତ ହେବ କି ନାହିଁ ତାହାକୁ ନେଇ ଚର୍ଚ୍ଚା ଚାଲିଥିଲା । ପୂର୍ବରୁ ସାଧାରଣ ନିର୍ବାଚନ ଯୋଗୁ ଦୁଇ ଦୁୁଇ ଥର ଆଇପିଏଲ ଟୁର୍ଣ୍ଣାମେଂଟ ବିଦେଶ ମାଟିରେ ଆୟୋଜନ କରାଯାଇଥିବାର ଦୃଷ୍ଟାନ୍ତ ରହିଛି । ୨୦୦୯ରେ ଦକ୍ଷିଣ ଆଫି୍ରକାରେ ଆଇପିଏଲ ଆୟୋଜିତ ହୋଇଥିବା ବେଳେ ୨୦୧୪ରେ ଆଇପିଏଲର ପଥମ ଭାଗ ସଂପୃକ୍ତ ଆରବ ଏମି୍ରରେଟସ୍ରେ ଆୟୋଜିତ ହୋଇଥିଲା ବେଳେ ଶେଷଭାଗ ମ୍ୟାଚଗୁଡ଼ିକ ଭାରତରେ ଖେଳାଯାଇଥିଲା । ଫେବୃଆରୀ ପ୍ରଥମ ସପ୍ତାହରେ ଖେଳସୂଚୀ ଘୋଷଣା କରାଯିବାର କାର୍ଯ୍ୟକ୍ରମ ରହିଛି । ନିର୍ବାଚନ କମିଶନଙ୍କ ପକ୍ଷରୁ ନିର୍ବାଚନ ତାରିଖ ଘୋଷଣା କରାଯିବା ପରେ ଆଇପିଏଲ ମ୍ୟାଚର ଆୟୋଜକ ସହରକୁ ନେଇ ଚୂଡ଼ାନ୍ତ ନିଷ୍ପତି ନିଆଯିବ । 

    Maximum 500 characters

    ଖେଳ ଖବର View all

    Find Us on Facebook