Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ଦ୍ୱିତୀୟ ଦିନରେ ଧର୍ମଘଟ: ଜୀବନଯାତ୍ରା ଠପ

    Share on :
    Date: Jan 9, 2019    Views: 39

    ଭୁବନେଶ୍ୱର: ବିଭିନ୍ନ ଶ୍ରମିକ ସଂଗଠନ ପକ୍ଷରୁ ଦିଆଯାଇଥିବା ଦୁଇ ଦିନିଆ ଧର୍ମଘଟ ଦ୍ୱିତୀୟ ଦିନରେ କେତେକାଂଶରେ ପ୍ରଭାବେ ପଡ଼ିଛି । କେନ୍ଦ୍ର ସରକାର ଶ୍ରମିକମାରଣ ନୀତି ଆପଣାଉଛନ୍ତି ବୋଲି ଅଭିଯୋଗ କରି ଦୁଇ ଦିନ ହେଲା ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଛି । ପ୍ରାୟ ୨୦ଟି ସଂଗଠନ ଏହି ଧର୍ମଘଟ କରିଛନ୍ତି । ଫଳରେ ଦୁଇଦିନ ହେଲା ସ୍କୁଲ କଲେଜ, ବ୍ୟାଙ୍କ ସବୁ ବନ୍ଦ ରହିଛି । ଫଳରେ ଜନଜୀବନ ଏକ ପ୍ରକାର ଠପ ହୋଇପଡ଼ିଛି । ଏହି ଧର୍ମଘଟକୁ ବିଜେଡିର ଶ୍ରମିକ ସାମ୍ମୁଖ୍ୟ ଓ କଂଗ୍ରେସ ସମର୍ଥନ କରିଛନ୍ତି । ଗାଡ଼ି ଚଳାଚଳ ବି ବାଧାପ୍ରାପ୍ତ ହୋଇଛି । ଦ୍ୱିତୀୟ ଦିନରେ ବି ସକାଳୁ ସକାଳୁ କେତେକ ସ୍ଥାନରେ ଗାଡ଼ି ଚଳାଚଳ ବନ୍ଦ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ଏହାର ପ୍ରଭାବ ପଡ଼ିଛି । ବାଲେଶ୍ୱର, ରାଉରକେଲା, ସମ୍ବଲପୁର, ଝାରସୁଗୁଡ଼ା ଆଦି ଜିଲ୍ଲାମାନଙ୍କରେ ବନ୍ଦର ପ୍ରଭାବ ପଡ଼ିଛି । ଦ୍ୱିତୀୟ ଦିନରେ ଧର୍ମଘଟ ଯୋଗୁ ପ୍ରାୟ ୨୬ଟି ଜିଲ୍ଲାରେ ଜିଲ୍ଲାପାଳମାନେ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook