ମୁଖ୍ୟ ଖବର
ଭୁବନେଶ୍ୱର: ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ମହାମେଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନା କହିଛନ୍ତି । ମହାଗଠବନ୍ଧନରେ ଆମେ ସାମିଲ ହେବୁ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । ବିଜେଡି ସମଦୂରତ୍ୱ ନୀତିରେ କାଏମ ରହିଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆମେ ସମଦୂରତ୍ୱ ବଜାୟ ରଖିବୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କଂଗ୍ରେସ ଓ ବିଜେବି ଠାରୁ ଆମେ ସମଦୂରତ୍ୱ ବଜାର ରଖିଛୁ ବୋଲି ସେ କହିଛନ୍ତି ।
ପ୍ରକାଶ ଯେ, ଗତକାଲି ଦିଲ୍ଲୀରେ ଚାଷୀଙ୍କ ହକ ପାଇଁ ମୁଖ୍ୟମନ୍ତ୍ରୀ କେନ୍ଦ୍ରସରକାରଙ୍କୁ ବେଶ କଡ଼ା ଭାଷାରେ ଟାର୍ଗେଟ କରିଥିଲେ । ତା ପର ଠାରୁ ବିଜେଡି କଂଗ୍ରେସ ପକ୍ଷରୁ ମୋଦିଙ୍କ ବିରୋଧରେ ସମ୍ଭାବିତ ମହାମେଣ୍ଟରେ ସାମିଲ ହେବା ନେଇ ଚର୍ଚ୍ଚା ହୋଇଥିଲା । ତେବେ ଆଜି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତା ନୀତିରେ ଏବେ ବି କାଏମ ରହିଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ଓଡ଼ିଶା ଗସ୍ତରେ ଆସି ନବୀନ ନିବାସରେ ରହିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଜାତୀୟ ରାଜନୀତି ପ୍ରସଙ୍ଗରେ ଆଲୋଚନା କରିଥିଲେ । ଶ୍ରୀ ରାଓ ମଧ୍ୟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହିତ ମଧ୍ୟ ଆଲୋଚନା କରିଥିଲେ ।
Comments ସମସ୍ତ ମତାମତ 0