Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ରାହୁଲଙ୍କ କଟକ ସମାବେଶ ଉପରେ ସଭିଙ୍କ ନଜର

    Share on :
    Date: Jan 9, 2019    Views: 251

    ଭୁବନେଶ୍ୱର : ଆସନ୍ତା ୨୫ରେ ରାହୁଲ ଗାନ୍ଧୀ ଓଡ଼ିଶା ଆସୁଛନ୍ତି  । ଅତୀତରେ ବହୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ ଶାହା ଓଡିଶା ଗସ୍ତରେ ଆସିଥିବାବେଳେ ଦୀର୍ଘଦିନ ବ୍ୟବଧାନ ପରେ ରାହୁଲ ଓଡ଼ିଶା ଆସୁଥିବାରୁ କଂଗ୍ରେସ ଶିବିରରେ ଉତ୍ସାହ ପରିଲକ୍ଷିତ ହୋଇଛି  । ଏହି ଅବକାଶରେ ରାହୁଲଙ୍କ ଉଦବୋଧନ ଉପରେ ମଧ୍ୟ ନଜର ରହିବା ସ୍ୱାଭାବିକ  । କାରଣ ବଡ଼ ବଡ଼ ନେତାଙ୍କ ଉଦବୋଧନର ଶବ୍ଦ ବିନ୍ୟାସ ହିଁ ଅନେକ ରାଜନୀତିକ ସମୀକରଣର ଇଙ୍ଗିତ ଦେଇଥାଏ  ।

    କଟକରେ ରାହୁଲଙ୍କ ପାଇଁ ସମାବେଶ ଆୟୋଜନ କରୁଛି ପ୍ରଦେଶ କଂଗ୍ରେସ କମିଟି  । ବାଲିଯାତ୍ରା ପଡ଼ିଆରେ ୨୦୧୯ ପାଇଁ ରାହୁଲ ନିର୍ବାଚନୀ ବିଗୁଲ ଫୁଙ୍କିବେ  । ଖାଲି ସେତିକିନୁହେଁ ବୁଦ୍ଧିଜୀବୀ ସମ୍ମିଳନୀରେ ଯୋଗଦେଇ କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇବେ  । ସାମ୍ବାଦିକ ଓ ବୁଦ୍ଧିଜୀବୀମାନଙ୍କ ଠାରୁ ରାଜ୍ୟ ରାଜନୀତିର ଚିତ୍ର ମଧ୍ୟ ନେବେ  ।

    ରାହୁଲଙ୍କ ଗସ୍ତକୁ ସଫଳ କରିବା ପାଇଁ ପିସିସି ଫୁଲ ଦମରେ ଲାଗିଯାଇଛି  । ଏନେଇ କଂଗ୍ରେସ ଭବନରେ ପ୍ରଥମ ପ୍ରସ୍ତୁତି ବୈଠକ ହୋଇସାରିଛି  । ପିସିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରାହୁଲ ୨୫ ତାରିଖ ସକାଳ ୧୦ଟାରେ ଭୁବନେଶ୍ୱରରେ ପହଁଚିବେ  । ଭୁବନେଶ୍ୱରରେ ବୁଦ୍ଧିଜୀବୀଙ୍କ ସମେତ କିଛି ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କ ସହ ରାହୁଲ ଆଲୋଚନା କରିବେ  । ପରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ରୋଡ଼ ଶୋ’ କରିବେ  । ବାଲିଯାତ୍ରା ପଡ଼ିଆରେ ଉଦବୋଧନ ଦେବା ପରେ ରାହୁଲ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ମଧ୍ୟ କରିବେ ବୋଲି ପିସିସି ପକ୍ଷରୁ ସୂଚନା ଦିଆଯାଇଛି  । ସେହିପରି ଫେବୃଆରୀରେ ମଧ୍ୟ ରାହୁଲଙ୍କର ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି  । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶା ଗସ୍ତ କରି ରାହୁଲ କର୍ମୀଙ୍କୁ ଉଦବୋଧନ ଦେବେ  । କିନ୍ତୁ ସେନେଇ ଚୂଡ଼ାନ୍ତ ତାରିଖ ଧାର୍ଯ୍ୟ ହୋଇନାହିଁ  ।   

    Maximum 500 characters

    ରାଜନୀତି View all

    Find Us on Facebook